Advertisment

କମଳନାଥଙ୍କ ପୁଅ ୭୦୦ କୋଟିର ମାଲିକ

ଛିଣ୍ଡୱାରା ଲୋକସଭା ଆସନ ୧୯୫୨ରୁ କଂଗ୍ରେସର ଗଡ଼ ରହି ଆସିଛି। ଏଠାରୁ କମଲନାଇ ରେକର୍ଡ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Nakul

Nakul

Advertisment

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ପୁଅ ନକୁଲ ୨୦୧୯ ଭଳି ୨୦୨୪ରେ ମଧ୍ୟ ଛିଣ୍ଡୱାରା ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ।

Advertisment

୨୦୧୯ରେ ସେ ମଧ୍ୟପ୍ରଦେଶରୁ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନରେ ଜିତିଥିଲେ। ଏଥର ବି ଦଳ ତାଙ୍କୁ ସମାନ ଆସନରୁ ପ୍ରାର୍ଥୀ କରିଛି। ଛିଣ୍ଡୱାରା ଆସନରୁ ନକୁଲ ନାମାଙ୍କନ ଦାଖଲ କରିବା ସହ ସେ ପ୍ରାୟ ୭୦୦ କୋଟି ଟଙ୍କାର ମାଲିକ ବୋଲି ସତ୍ୟପାଠ ଜରିଆରେ ଘୋଷଣା କରିଛନ୍ତି।

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ରାଜ୍ୟର ୬ଟି ଆସନ ପାଇଁ ମୋଟ ୧୧୩ ଜଣ ନାମାଙ୍କନ ଭରିଛନ୍ତି। ଏମାନଙ୍କ ମଧ୍ୟରେ ନକୁଲ ବି ରହିଛନ୍ତି। ବୁଧବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ନକୁଲ ପ୍ରାୟ ୭୦୦ କୋଟି ଟଙ୍କାର ମାଲିକ ବୋଲି ଜଣାପଡ଼ିଛି।

Advertisment

ନାମାଙ୍କନ ଦାଖଲ ବେଳେ ନକୁଲ ଦେଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ତାଙ୍କ ଆୟ ୫ ବର୍ଷରେ ୪୦ କୋଟି ବୃଦ୍ଧି ପାଇଛି। ନକୁଲ ନିର୍ବାଚନ କମିଶନରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ନଗଦ ଟଙ୍କା, ଶେୟାର ଓ ବଣ୍ଡକୁ ମିଶାଇ ତାଙ୍କ ପାଖରେ ୬୪୯.୫୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୮.୦୭ କୋଟି ଟଙ୍କା।

୨୦୧୯ରେ ଛିଣ୍ଡୱାରାର ସାଂସଦ ନକୁଲଙ୍କ ସମ୍ପତ୍ତିର ମୂଲ୍ୟ ୬୬୦ କୋଟି ରହିଥିଲା। ସେ ମଧ୍ୟପ୍ରଦେଶରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ଯାଇଥିଲା। ବିଜେପି ରାଜ୍ୟର ମୋଟ ୨୯ଟି ଲୋକସଭା ଆସନରୁ ୨୮ଟିରେ ଜିତିଥିଲା।

ନକୁଲଙ୍କ ବାପା କମଲନାଥ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ଛିଣ୍ଡୱାରାରୁ ଲଢ଼ିଥିଲେ। ସେ ବିଜୟୀ ହୋଇଥିବା ବେଳେ ତାଙ୍କ ପାଖରେ ୧୩୪ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନକୁଲ ନିୟମିତ ଯାତାୟାତ ପାଇଁ ବିମାନ ବ୍ୟବହାର କରନ୍ତି। କିନ୍ତୁ ତାଙ୍କ ପାଖରେ ଗୋଟିଏ ହେଲେ ବି କାର ନାହିଁ ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। 

ଛିଣ୍ଡୱାରା ଲୋକସଭା ଆସନ ୧୯୫୨ରୁ କଂଗ୍ରେସର ଗଡ଼ ରହି ଆସିଛି। ଏଠାରୁ କମଲନାଇ ରେକର୍ଡ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବିଜେପି ଏଠାରେ କଂଗ୍ରେସକୁ ମାତ ଦେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ବିବେକ ସାହୁଙ୍କ ଦଳ ଟିକେଟ ଦେଇଛି।

Madhya Pradesh Kamal Nath Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe