ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ସଞ୍ଜୟ ଗାନ୍ଧିଙ୍କ ବାବଦରେ ବଡ ଖୁଲାସା। ସଞ୍ଜୟ ହିନ୍ଦୁଙ୍କୁ ଡରାଇ ରଖିବାକୁ ଚକ୍ରାନ୍ତ କରୁଥିଲେ, ଏଥିପାଇଁ ଆତଙ୍କବାଦୀ ନେତା ଜର୍ନେଲ ସିଂହ ଭିନ୍ଦରନୱାଲେକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ଏଥିରେ ତାଙ୍କୁ କଂଗ୍ରେସ ନେତା କମଲ ନାଥ ମଧ୍ୟ ସହଯୋଗ କରୁଥିବା ଅଭିଯୋଗ ହୋଇଛି।
ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ(RAW)ର ପୂର୍ବତନ ଅଧିକାରୀ ଜିବିଏସ ସିଦ୍ଧୁ ଏପରି ଏକ ଭିତିରି କଥାର ଖୁଲାସା କରିବା ପରେ ଚର୍ଚ୍ଚା ଜୋର୍ ଧରିଛି। ଏଏନଆଇ ସହ ଏକ ସାକ୍ଷାତକାରରେ ସିଦ୍ଧୁ ଦାବି କରି କହିଛନ୍ତି ଯେ, ସେତେବେଳ ରାଜନୈତିକ ନେତୃତ୍ୱ ହିନ୍ଦୁମାନଙ୍କୁ ଭୟଭୀତ କରିବା ପାଇଁ ଭିନ୍ଦରନୱାଲେଙ୍କୁ ବ୍ୟବହାର କରୁଥିଲେ। ଏଥିସହ ଦେଶର ଅଖଣ୍ଡତା ଉପରେ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିଲେ। ହିନ୍ଦୁମାନଙ୍କୁ ଡରାଇ ରଖିବା ପାଇଁ ସେତବେଳର ଶୀର୍ଷ ନେତା ଚକ୍ରାନ୍ତ କରୁଥିଲେ।
#WATCH | Former special secretary, R&AW GBS Sidhu says, "...At that time, the method used was Bhindranwale Khalistan. So they will use Bhindranwale to scare the Hindus & a new issue will be created of Khalistan which was non-existent at that time. So that larger population of… pic.twitter.com/5of3QIJxHb
— ANI (@ANI) September 19, 2023
ଏଥିପାଇଁ ସେତେବେଳେ ଯେଉଁ ପଦ୍ଧତି ଆପଣା ଯାଉଥିଲା ତାହା ଭିନ୍ଦରନୱାଲେ ଖାଲିସ୍ତାନ ବୋଲି ସିଦ୍ଧୁ କହିଛନ୍ତି। ସେ କହିଛନ୍ତି, ସେତେବେଳର ଶୀର୍ଷ ନେତାମାନେ ହିନ୍ଦୁମାନଙ୍କୁ ଭୟଭୀତ କରିବା ପାଇଁ ଭିନ୍ଦରନୱାଲେକୁ ବ୍ୟବହାର କରୁଥିଲେ। ଏହି କାରଣରୁ ଖଲିସ୍ତାନ ନାମକ ଏକ ନୂଆ ପ୍ରସଙ୍ଗ ସୃଷ୍ଟି ହେଲା, ଯାହା ପୂର୍ବରୁ ନଥିଲା। ଅଧିକାଂଶ ଭାରତୀୟ ଭାବିଲେ ଯେ ଦେଶର ଅଖଣ୍ଡତା ପ୍ରଦି ବିପଦ ଆସିବାକୁ ଯାଉଛି।
ପୂର୍ବତନ RAW ଅଧିକାରୀ ଦାବି କରି କହିଛନ୍ତି, ଏଥିପାଇଁ କଂଗ୍ରେସ ଜଣେ ହାଇ ପ୍ରୋଫାଇଲ୍ ନେତାଙ୍କୁ ଖୋଜୁଥିଲେ, ଯିଏ ଏହି ଅର୍ଥ ଯୋଗାଇବା କାରବାରରେ ସହାୟକ ହେବେ। ଆଉ କମଲ ନାଥ ହିଁ ହେଉଛନ୍ତି ସେହି ବରିଷ୍ଠ ନେତା। ସଞ୍ଜୟ ଗାନ୍ଧୀ ଏବଂ କମଲ ନାଥ ଏଥିପାଇଁ ଭିନ୍ଦରନୱାଲେଙ୍କୁ ନିୟମିତ ଭାବେ ଟଙ୍କା ଯୋଗାଇ ଦେଉଥିଲେ। ରାଜନୈତିକ ଉଦ୍ଦେଶ୍ୟ ପାଇଁ କଂଗ୍ରେସ ଭିନ୍ଦରନୱାଲେଙ୍କ ବ୍ୟବହାର କରୁଥିଲା। ଏସବୁ ବାବଦରେ ଇନ୍ଦିରା ଗାନ୍ଧୀଙ୍କୁ ଜଣାଥିଲା। କିନ୍ତୁ ସେ ଚୁପ୍ ରହୁଥିଲେ ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି।
ସିଦ୍ଧୁ ଆହୁରି କହିଛନ୍ତି, ଏଥିପାଇଁ ଭିନ୍ଦରନୱାଲେ କେବେ ବି ଖଲିସ୍ତାନ ଦାବି କରୁନଥିଲେ। ତଥାପି, ଯଦି ଇନ୍ଦିରା ଗାନ୍ଧୀ ତାଙ୍କୁ ବ୍ୟାଗରେ ଖଲିସ୍ତାନକୁ ଦେଇ ଦିଅନ୍ତି ତେବେ ମନା କରିବେନି ବୋଲି ଭିନ୍ଦରନୱାଲେ କହୁଥିଲେ। ପ୍ରକାଶ ଥାଉ କି ୧୯୮୪ 'ବ୍ଲୁ-ଷ୍ଟାର୍' ଅପରେସନରେ ଭିନ୍ଦରନୱାଲେ ନିପାତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।