Advertisment

'ହିନ୍ଦୁଙ୍କୁ ଡରାଇ ରଖିବାକୁ ଆତଙ୍କବାଦୀ ନେତା ଭିନ୍ଦରନୱାଲେକୁ ଟଙ୍କା ଦେଉଥିଲା କଂଗ୍ରେସ'

୧୯୮୪ ବ୍ଲୁ-ଷ୍ଟାର ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ଜର୍ନେଲ ସିଂହ ଭିନ୍ଦରନୱାଲେଙ୍କୁ ଟଙ୍କା ପଠାଉଥିଲେ ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଗାନ୍ଧି ଓ କମଲ ନାଥ।

ଅଦ୍ୟତନ ହୋଇଛି
RAW Officer GBS Sidhu

RAW Officer GBS Sidhu

Advertisment

ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ସଞ୍ଜୟ ଗାନ୍ଧିଙ୍କ ବାବଦରେ ବଡ ଖୁଲାସା। ସଞ୍ଜୟ ହିନ୍ଦୁଙ୍କୁ ଡରାଇ ରଖିବାକୁ ଚକ୍ରାନ୍ତ କରୁଥିଲେ, ଏଥିପାଇଁ ଆତଙ୍କବାଦୀ ନେତା ଜର୍ନେଲ ସିଂହ ଭିନ୍ଦରନୱାଲେକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ଏଥିରେ ତାଙ୍କୁ କଂଗ୍ରେସ ନେତା କମଲ ନାଥ ମଧ୍ୟ ସହଯୋଗ କରୁଥିବା ଅଭିଯୋଗ ହୋଇଛି। 

Advertisment
Kamal Nath & Sanjay Gandhi କମଲ ନାଥ ଏବଂ ସଞ୍ଜୟ ଗାନ୍ଧୀଙ୍କ ଫାଇଲ୍ ଫଟୋ

ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ(RAW)ର ପୂର୍ବତନ ଅଧିକାରୀ ଜିବିଏସ ସିଦ୍ଧୁ ଏପରି ଏକ ଭିତିରି କଥାର ଖୁଲାସା କରିବା ପରେ ଚର୍ଚ୍ଚା ଜୋର୍ ଧରିଛି। ଏଏନଆଇ ସହ ଏକ ସାକ୍ଷାତକାରରେ ସିଦ୍ଧୁ ଦାବି କରି କହିଛନ୍ତି ଯେ, ସେତେବେଳ ରାଜନୈତିକ ନେତୃତ୍ୱ ହିନ୍ଦୁମାନଙ୍କୁ ଭୟଭୀତ କରିବା ପାଇଁ ଭିନ୍ଦରନୱାଲେଙ୍କୁ ବ୍ୟବହାର କରୁଥିଲେ। ଏଥିସହ ଦେଶର ଅଖଣ୍ଡତା ଉପରେ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିଲେ। ହିନ୍ଦୁମାନଙ୍କୁ ଡରାଇ ରଖିବା ପାଇଁ ସେତବେଳର ଶୀର୍ଷ ନେତା ଚକ୍ରାନ୍ତ କରୁଥିଲେ। 

Advertisment

ଏଥିପାଇଁ ସେତେବେଳେ ଯେଉଁ ପଦ୍ଧତି ଆପଣା ଯାଉଥିଲା ତାହା ଭିନ୍ଦରନୱାଲେ ଖାଲିସ୍ତାନ ବୋଲି ସିଦ୍ଧୁ କହିଛନ୍ତି। ସେ କହିଛନ୍ତି, ସେତେବେଳର ଶୀର୍ଷ ନେତାମାନେ ହିନ୍ଦୁମାନଙ୍କୁ ଭୟଭୀତ କରିବା ପାଇଁ ଭିନ୍ଦରନୱାଲେକୁ ବ୍ୟବହାର କରୁଥିଲେ। ଏହି କାରଣରୁ ଖଲିସ୍ତାନ ନାମକ ଏକ ନୂଆ ପ୍ରସଙ୍ଗ ସୃଷ୍ଟି ହେଲା, ଯାହା ପୂର୍ବରୁ ନଥିଲା। ଅଧିକାଂଶ ଭାରତୀୟ ଭାବିଲେ ଯେ ଦେଶର ଅଖଣ୍ଡତା ପ୍ରଦି ବିପଦ ଆସିବାକୁ ଯାଉଛି। 

Bhindranwale File Image ଭିନ୍ଦରନୱାଲେ ଫାଇଲ୍ ଇମେଜ୍

ପୂର୍ବତନ RAW ଅଧିକାରୀ ଦାବି କରି କହିଛନ୍ତି, ଏଥିପାଇଁ କଂଗ୍ରେସ ଜଣେ ହାଇ ପ୍ରୋଫାଇଲ୍ ନେତାଙ୍କୁ ଖୋଜୁଥିଲେ, ଯିଏ ଏହି ଅର୍ଥ ଯୋଗାଇବା କାରବାରରେ ସହାୟକ ହେବେ। ଆଉ କମଲ ନାଥ ହିଁ ହେଉଛନ୍ତି ସେହି ବରିଷ୍ଠ ନେତା। ସଞ୍ଜୟ ଗାନ୍ଧୀ ଏବଂ କମଲ ନାଥ ଏଥିପାଇଁ  ଭିନ୍ଦରନୱାଲେଙ୍କୁ ନିୟମିତ ଭାବେ ଟଙ୍କା ଯୋଗାଇ ଦେଉଥିଲେ। ରାଜନୈତିକ ଉଦ୍ଦେଶ୍ୟ ପାଇଁ କଂଗ୍ରେସ ଭିନ୍ଦରନୱାଲେଙ୍କ ବ୍ୟବହାର କରୁଥିଲା। ଏସବୁ ବାବଦରେ ଇନ୍ଦିରା ଗାନ୍ଧୀଙ୍କୁ ଜଣାଥିଲା। କିନ୍ତୁ ସେ ଚୁପ୍ ରହୁଥିଲେ ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି। 

ସିଦ୍ଧୁ ଆହୁରି କହିଛନ୍ତି, ଏଥିପାଇଁ ଭିନ୍ଦରନୱାଲେ କେବେ ବି ଖଲିସ୍ତାନ ଦାବି କରୁନଥିଲେ। ତଥାପି, ଯଦି ଇନ୍ଦିରା ଗାନ୍ଧୀ ତାଙ୍କୁ ବ୍ୟାଗରେ ଖଲିସ୍ତାନକୁ ଦେଇ ଦିଅନ୍ତି ତେବେ ମନା କରିବେନି ବୋଲି ଭିନ୍ଦରନୱାଲେ କହୁଥିଲେ। ପ୍ରକାଶ ଥାଉ କି ୧୯୮୪ 'ବ୍ଲୁ-ଷ୍ଟାର୍' ଅପରେସନରେ ଭିନ୍ଦରନୱାଲେ ନିପାତ ହୋଇଥିଲା। 

Former RAW Official Sanjay Gandhi Sent Money To Bhindranwale Sanjay Gandhi Kamal Nath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe