Advertisment

ଦ୍ୱନ୍ଦ୍ୱ ଦୂର କଲେ କମଲନାଥ: ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଲୋକଙ୍କ କହିଲେ

ମଧ୍ୟପ୍ରଦେଶର ସାଧାରଣ ଲୋକ ଓ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ବୋଲି କମଲନାଥ କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କ ପୁଅ ନକୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisment

ନିଜେ କମଲନାଥ ସବୁ ପ୍ରକାରର ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି। ସେ କଂଗ୍ରେସରେ ରହିବା ସହ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ଗାନ୍ଧି ବର୍ତ୍ତମାନ ଅନ୍ୟାୟ ଓ ଶୋଷଣ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ରହୁଛନ୍ତି।

ମଧ୍ୟପ୍ରଦେଶର ସାଧାରଣ ଲୋକ ଓ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ବୋଲି କମଲନାଥ କହିଛନ୍ତି।

Advertisment

ସେ କହିଛନ୍ତି, “ରାହୁଲ ଗାନ୍ଧିଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ସମସ୍ତଙ୍କୁ ବିପୁଳ ସଂଖ୍ୟାରେ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରୁଛି।” କମଲନାଥ କଂଗ୍ରେସ ଛାଡ଼ି ବିଜେପିରଆ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏଭଳି ଆହ୍ୱାନ ଦେଇଛନ୍ତି।

କଂଗ୍ରେସ କମଲନାଥଙ୍କୁ ରାଜ୍ୟସଭା ଟିକେଟ ନ ଦେବାରୁ ସେ ଦଳ ଉପରେ କ୍ଷୁବ୍ଧ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। କମଲନାଥ ଦଳ ଛାଡ଼ି ବିଜେପି ଯିବେ ବୋଲି ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏହାକୁ ଖଣ୍ଡନ କରି ନଥିଲେ। ତେଣୁ ଚର୍ଚ୍ଚାକୁ ତାଙ୍କ ନିରବତା ଆହୁରି ଖୋରାକ ଯୋଗାଇଥିଲା।

Rahul Gandhi Kamal Nath