Advertisment

କାମାରେଡ୍ଡିରେ କାମ ଦେଲାନି କେସିଆରଙ୍କ ରଣନୀତି, ଲିଡ୍ କରୁଛି କଂଗ୍ରେସ

କଂଗ୍ରେସ ରାଜ୍ୟ ସଭାପତି ରେବନ୍ତ ରେଡ୍ଡି ତାଙ୍କଠାରୁ ଏକ ବଡ ମାର୍ଜିନରେ ଆଗେଇ ଚାଲିଛନ୍ତି।

ଅଦ୍ୟତନ ହୋଇଛି
KCR

KCR

Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ତୃତୀୟ ଥର ଗଡ ଜୟର ସ୍ୱପ୍ନ ଚୁରମାର ହେବାକୁ ଯାଉଛି। ଏଠାରେ କଂଗ୍ରେସ ବିଜୟର ଚିତ୍ର ଏକ ପ୍ରକାର ସ୍ପଷ୍ଟ। ଅନ୍ୟ ନେତାଙ୍କ କଥା ଛାଡନ୍ତୁ, ବିଆରଏସ୍ ଗଡ କାମାରେଡ୍ଡିରେ ବି କାମ ଦେଇନି କେସିଆରଙ୍କ ରଣନୀତି।

Advertisment

ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେସିଆର ଏଥର ପଛରେ ପଡିଯାଇଛନ୍ତି। କଂଗ୍ରେସ ରାଜ୍ୟ ସଭାପତି ରେବନ୍ତ ରେଡ୍ଡି ତାଙ୍କଠାରୁ ଏକ ବଡ ମାର୍ଜିନରେ ଆଗେଇ ଚାଲିଛନ୍ତି। ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ, କାମାରେଡ୍ଡି ଆସନରେ 13,565 ଭୋଟ୍ ଆଗରେ ଅଛନ୍ତି ରେବନ୍ତ ରେଡ୍ଡି।

ସେହିପରି ବିଜେପି ନେତା ଭେଙ୍କଟ ରମଣ ରେଡ୍ଡି 11271 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଛରେ ପଡି ଯାଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର। କେସିଆରଙ୍କୁ ମିଳିଛି ମାତ୍ର 10777 ଭୋଟ୍। ନିଜ ଜନ୍ମଭୂମିରେ କେସିଆରଙ୍କ ଏପରି ପ୍ରଦର୍ଶନକୁ ନେଇ ରଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ସେପଟେ ଅନ୍ୟଏକ ଆସନରେ କେସିଆରଙ୍କ ସମ୍ମାନ ବଞ୍ଚି ଯାଇଛି। ବିଆରଏସ ସୁପ୍ରିମୋ କେସିଆରଙ୍କ ଆଉ ଏକ ଗଡ ଗଜୱେଲରେ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଇତାଲା ରାଜେନ୍ଦ୍ରଙ୍କଠାରୁ 5777 ଭୋଟରେ ଆଗରେ ଅଛନ୍ତି କେସିଆର।

ଖବର ଲେଖା ହେବା ସୁଦ୍ଧା, ତେଲେଙ୍ଗାନାରେ କଂଗ୍ରେସ 71ଟି ଆସନରେ ଆଗୁଆ ଥିବାବେଳେ ବିଆରଏସ୍ 35, ବିଜେପି 9 ଏବଂ ଅନ୍ୟାନ୍ୟ 4ଟି ଆସନରେ ଆଗୁଆ ରହିଛନ୍ତି। 

KCR Telangana Election Results Kamareddy Election Results KCR Seats
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe