Advertisment

ଶଙ୍କରାଚାର୍ଯ୍ୟଙ୍କୁ କାଉଣ୍ଟର କଲେ କଙ୍ଗନା: କହିଲେ- କ’ଣ ସେ ଗୁପଚୁପ ବିକ୍ରି କରିଥାଆନ୍ତେ

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିକଟରେ ସିନ୍ଦେଙ୍କ ସମ୍ପର୍କରେ ଧୋକା ଶବ୍ଦର ବ୍ୟବହାର କରିଥିଲେ।

Kangana

Kangana

Advertisment

ଜୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ସେ ଦଳର ମହାରାଷ୍ଟ୍ର ସହଯୋଗୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି।

Advertisment

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିକଟରେ ସିନ୍ଦେଙ୍କ ସମ୍ପର୍କରେ ଧୋକା ଶବ୍ଦର ବ୍ୟବହାର କରିଥିଲେ। ଏଥିପାଇଁ ଆଜି କଙ୍ଗନା ନିଜର ଏକ୍ସରେ ଗୋଟିଏ ପୋଷ୍ଟ କରି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ କାଉଣ୍ଟର କରିଛନ୍ତି।

ନିକଟରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ ଯେ “ଆମେ ହିନ୍ଦୁ ଧର୍ମର ଅନୁଗାମୀ। ଆମେ ପାପ ଓ ପୂଣ୍ୟରେ ବିଶ୍ୱାସ କରୁ। ଧୋକା ହେଉଛି ସବୁଠାରୁ ବଡ଼ ପାପ। ଉଦ୍ଧବ ଠାକରେ ଧୋକା ପାଇଛନ୍ତି। ମୁଁ ତାଙ୍କୁ (ଉଦ୍ଧବ ଠାକରେ) କହିଛି ଯେ ସେ ପାଇଥିବା ଧୋକାରେ ଆମେ ସମସ୍ତେ ଯନ୍ତ୍ରଣା ପାଇଛୁ। ଆମମାନଙ୍କ ଯନ୍ତ୍ରଣା ସେ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଲାଘବ ହେବ ନାହିଁ।

Advertisment

ଯଦି ଜଣେ ବ୍ୟକ୍ତି ଛଳନା କରୁଛି, ତା’ହେଲେ ସେକେବେ ହେଲେ ହିନ୍ଦୁ ହୋଇପାରିବ ନାହିଁ। ମହାରାଷ୍ଟ୍ରର ଲୋକମାନେ ଧୋକା ଯୋଗୁ ଆଘାତ ପାଇଛନ୍ତି। ଏସବୁ ନିକଟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ମଧ୍ୟ ସ୍ପଷ୍ଟ ହୋଇଛି।

ଏଥିସହ ଏପରି ଧୋକା ନିଜର ନେତା ବାଛିଥିବା ଲୋକଙ୍କ ପ୍ରତି ଅସମ୍ମାନ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗୋଟିଏ ସରକାରକୁ ଭାଙ୍ଗିବା ଭୁଲ। ଏହା ଜନାଦେଶ ପ୍ରତି ଅପମାନ।”

ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଶିବସେନା ନେତା ଏକନାଥ ସିନ୍ଦେ ଦଳର ୪୦ ଜଣ ବିଧାୟକଙ୍କୁ ଧରି ବିଦ୍ରୋହ କରିଥିଲେ।

ସେ ବିଜେପି ସହ ମିଶି ଯିବାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା। ପରବର୍ତ୍ତୀ ସମୟରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବାସ୍‌ ଏହାକୁ ନେଇ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ତାଙ୍କ ପ୍ରତି ଧୋକା ଶବ୍ଦର ବ୍ୟବହାର କରିଥିଲେ।

କିନ୍ତୁ କଙ୍ଗନା ସିଧାସଳଖ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ସେ “ଯଦି ରାଜନେତାମାନେ ରାଜନୀତି ନ କରିବେ, ତା’ହେଲେ କ’ଣ ସେ ଗୁପଚୁପ ବିକ୍ରି କରିବେ? ରାଜନୀତିରେ ଏହା ଗୋଟିଏ ସ୍ୱାଭାବିକ ଘଟଣା। ରାଜନୀତିରେ ଗଠବନ୍ଧନ, ସନ୍ଧି ଓ ଗୋଟିଏ ପାର୍ଟି ବିଭାଜନ ହେବା ଗୋଟିଏ ସାମାନ୍ୟ ଓ ସାମ୍ବିଧାନିକ କଥା।

୧୯୦୭ ଓ ୧୯୭୧ରେ କଂଗ୍ରେସ ପାର୍ଟିର ବିଭାଜନ ହୋଇଥିଲା। ଶଙ୍କରାଚାର୍ଯ୍ୟ ନିଜର ଶବ୍ଦ, ନିଜର ପ୍ରଭାବ ଓ ନିଜର ଧାର୍ମିକ ଶିକ୍ଷାର ଅପବ୍ୟବହାର କରିଛନ୍ତି। ଧର୍ମରେ ଏହା ମଧ୍ୟ କୁହାଯାଇଛି ଯେ ରାଜା ଯଦି ପ୍ରଜାଙ୍କୁ ଶୋଷଣ କରିବା ଆରମ୍ଭ କରିବେ, ତା’ହେଲେ ରାଜଦ୍ରୋହ ହିଁ ଶେଷ ଧର୍ମ ଅଟେ।

ଶଙ୍କରାଚାର୍ଯ୍ୟ ମହାରାଷ୍ଟ୍ରରେ ଥିବା ଆରମ ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରି ଆମ ସମସ୍ତଙ୍କର ଭାବନାକୁ ଆଘାତ ଦେଇଛନ୍ତି। ଶଙ୍କରାଚାର୍ଯ୍ୟ ଏପରି ଛୋଟ କଥା କହି ହିନ୍ଦୁ ଧର୍ମର ଗାରିମାକୁ କ୍ଷତି ପହଞ୍ଚାଉଛନ୍ତି।”

Kangana Ranaut Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe