Advertisment

ପ୍ରତ୍ୟାହୃତ ୩ କୃଷି ଆଇନ ପୁଣି ଲାଗୁ କରିବାକୁ ଚାହୁଁଛନ୍ତି କଙ୍ଗନା

କଙ୍ଗନାଙ୍କ କହିବା କଥା ହେଲା ୩ କୃଷି ଆଇନ ଚାଷୀଙ୍କୁ ଫାଇଦା ଦେବ। ହେଲେ କିଛି ରାଜ୍ୟର ଚାଷୀଙ୍କ ଆନ୍ଦୋଳନ ଯୋଗୁ ସରକାର ଏହାକୁ ପ୍ରତ୍ୟାହାର କରିଥିଲେ।

Kangana

Kangana

Advertisment

ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ କଙ୍ଗନା ରାଣାୱତ। ଚାଷୀଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ଯୋଗୁ ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ ପୁଣିଥରେ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Advertisment

ହିମାଚଳ ପ୍ରଦେଶର ମଣ୍ଡିରେ ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା କହିଛନ୍ତି, “ମୁଁ ଜାଣିଛି ଏହି ବୟାନ ବିବାଦୀୟ ହୋଇପାରେ। କିନ୍ତୁ ୩ କୃଷି ଆଇନ ପୁଣି ଆସିବା ଦରକାର। ଚାଷୀମାନେ ନିଜ ଆଡ଼ୁ ଏହାକୁ ଲାଗୁ କରିବା ପାଇଁ ଦାବି କରିବା ଉଚିତ।”

କଙ୍ଗନାଙ୍କ କହିବା କଥା ହେଲା ୩ କୃଷି ଆଇନ ଚାଷୀଙ୍କୁ ଫାଇଦା ଦେବ। ହେଲେ କିଛି ରାଜ୍ୟର ଚାଷୀଙ୍କ ଆନ୍ଦୋଳନ ଯୋଗୁ ସରକାର ଏହାକୁ ପ୍ରତ୍ୟାହାର କରିଥିଲେ।

Advertisment

ସେ କହିଛନ୍ତି, “ଦେଶର ବିକାଶରେ ଚାଷୀମାନେ ହେଉଛନ୍ତି ଗୋଟିଏ ଶକ୍ତିଶାଳୀ ସ୍ତମ୍ଭ। ନିଜର ଫାଇଦା ପାଇଁ ସେମାନେ ୩ କୃଷି ଆଇନ ଲାଗୁ କରିବାକୁ ନିଜ ଆଡ଼ୁ ଦାବି କରନ୍ତୁ ବୋଲି ମୁଁ ସେମାନଙ୍କୁ ଆହ୍ୱାନ ଦେବାକୁ ଚାହିଁବି।”

କଂଗ୍ରେସ ପକ୍ଷରୁ କଙ୍ଗନାଙ୍କ ବୟାନର କଡ଼ା ଜବାବ ଦିଆଯାଇଛି। ଦଳ କେବେ ହେଲେ ଏମିତି ହେବାକୁ ଦେବନି ବୋଲି ମଧ୍ୟ କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, “୩ କଳା ଚାଷୀ ବିରୋଧୀ ଆଇନକୁ ବିରୋଧ କରି ୭୫୦ ଜଣ କୃଷକ ସହିଦ ହୋଇଛନ୍ତି।

ଏବେ ପୁଣି ସେହି ଆଇନକୁ ପୁଣି ଲାଗୁ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆମେ ଏହା କେବେ ହେବାକୁ ଦେବୁ ନାହିଁ। ହରିୟାଣା ପ୍ରଥମ ରାଜ୍ୟ ଭାବେ ଏହାର ଉତ୍ତର ଦେବ।” ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ଥିବାରୁ ସୁପ୍ରିୟା ଏପରି କଥା କହିଛନ୍ତି।

Bjp Kangana Ranaut New Farmer Bill Congress Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe