Advertisment

ଲୋକସଭା ନିର୍ବାଚନ: ମନୋଜ ତିୱାରୀଙ୍କୁ ଟକ୍କର ଦେବେ କହ୍ନୈୟା କୁମାର

୨୦୧୯ରେ ସେ ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିଲେ। ବାମପନ୍ଥୀ ଟିକେଟରେ ନିର୍ବାଚନ ଲଢ଼ିଥିବା କହ୍ନୈୟାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡ଼ିଥିଲା।

Congress

Congress

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଜି ଆଉ ୧୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ୧୦ ପ୍ରାର୍ଥୀଙ୍କ ମଧ୍ୟରେ ଯୁବ ନେତା କହ୍ନୈୟା କୁମାରଙ୍କ ନାଁ ରହିଛି।

Advertisment

ଦଳ ତାଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି। ୨୦୧୯ରେ ସେ ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିଲେ। ବାମପନ୍ଥୀ ଟିକେଟରେ ନିର୍ବାଚନ ଲଢ଼ିଥିବା କହ୍ନୈୟାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡ଼ିଥିଲା।

ଏଥର କିନ୍ତୁ କଂଗ୍ରେସ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀରୁ ଟିକେଟ ଦେଇଛି। ୨୦୨୪ରେ ତାଙ୍କର ଲଢ଼େଇ ବିଜେପି ସାଂସଦ ମନୋଜ ତିୱାରୀଙ୍କ ସହ ହେବ। ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ୨୦୧୯ରେ ବିଜୟୀ ହୋଇଥିଲେ। କଂଗ୍ରେସ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସହ ମିଶି ଲୋକସଭା ନିର୍ବାଚନ ଲଢ଼ୁଛି।

Advertisment

ଆପ୍‌ ୪ଟି ଓ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବେ। ମେଣ୍ଟର ଡିଲ୍‌ ଅନୁସାରେ, ଆଜି କଂଗ୍ରେସ ଦିଲ୍ଲୀର ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କହ୍ନୈୟା ଉତ୍ତର ପୂର୍ବ ଦିଲ୍ଲୀରୁ ଟିକେଟ ପାଇଥିବା ବେଳେ ଚାନ୍ଦିନଚୌକରୁ ଜେପି ଅଗ୍ରୱାଲ ଓ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଉଦିତ ରାଜ କଂଗ୍ରେସ ଟିକେଟ ପାଇଛନ୍ତି। ଅଗ୍ରୱାଲଙ୍କ ଲଢ଼େଇ ବିଜେପିର ପ୍ରବୀଣ ଖଣ୍ଡେଲୱାଲ ଓ ଉଦିତ ବିଜେପିର ଯୋଗେନ୍ଦ୍ର ଚାଣ୍ଡୋଲିଆଙ୍କୁ ଟକ୍କର ଦେବେ।

ଦିଲ୍ଲୀ ବ୍ୟବତୀତ କଂଗ୍ରେସ ଆଜି ପଞ୍ଜାବର ୬ଟି ଓ ଉତ୍ତର ପ୍ରଦେଶ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପଞ୍ଜାବର ଅମୃତସରୁ ଗୁରଜିତ ସିଂହ, ଜଲନ୍ଧରରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଫତେଗଡ଼ ସାହିବରୁ ଅମର ସିଂହ, ଭାଟିଣ୍ଡାରୁ ଜୀତ ମହେନ୍ଦ୍ର ସିଂହ ସିଦ୍ଧୁ, ସଙ୍ଗରୁରରୁ ସୁଖପାଲ ସିଂହ ଖଇରା ଓ ପଟିଆଲାରୁ ଡ. ଧର୍ମବୀର ଗାନ୍ଧି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି।

ସେହିପରି ଉତ୍ତର ପ୍ରଦେଶର ଆହ୍ଲାବାଦରୁ ଉଜ୍ଜ୍ୱଲ ରେବତୀ ରମଣ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ।

Congress Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe