Advertisment

ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ

ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ...

V Srinivasa Prasad's File Photo

V Srinivasa Prasad's File Photo

Advertisment

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ। ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। 

Advertisment

କର୍ଣ୍ଣାଟକର ଚାମରାଜନଗର ସାଂସଦ ଥିଲେ ଶ୍ରୀନିବାସ ପ୍ରସାଦ। ପାଞ୍ଚ ଦଶନ୍ଧି ଧରି ରାଜନୈତିକ ଯାତ୍ରା ପରେ ମାର୍ଚ୍ଚ ୧୮ରେ ସେ ନିର୍ବାଚନ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। 

ଭି ଶ୍ରୀନିବାସ ପ୍ରସାଦ କିଏ?
୧୯୭୬ରେ ଜନତା ପାର୍ଟି ସହ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ ହୋଇଥିଲା। ପରେ ସେ ୧୯୭୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ପୁନର୍ବାର ବିଜେପିରେ ଯୋଗଦେବା ପୂର୍ବରୁ ରାଜନୈତିକ କ୍ୟାରିଅର ମଧ୍ୟରେ ସେ ଜେଡି(ଏସ୍), ଜେଡି(ୟୁ) ଏବଂ ସମତା ପାର୍ଟି ସହ ମଧ୍ୟ ଜଡିତ ଥିଲେ।

Advertisment

ପ୍ରସାଦ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ସରକାରରେ ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୩ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସିଦ୍ଧରମୈୟା ସରକାରରେ ରାଜସ୍ୱ ମନ୍ତ୍ରୀ ହୋଇଥିଲେ। 

୨୦୧୬ରେ ପ୍ରସାଦ କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ୨୦୧୭ରେ ବିଜେପି ଟିକେଟରୁ ନାନଜଙ୍ଗଡ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ। କିନ୍ତୁ ୨୦୧୯ରେ ସେ ଚାମରାଜନଗରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥେଲେ। 

BJP MP V Srinivasa Prasad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe