Advertisment

ବିଜେପିର ମାନହାନୀ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଜାମିନ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନାରେ ମାନହାନୀ ମାମଲା ରୁଜୁ ହୋଇଥିଲା।

Karnataka CM(left) & Dept CM(Right)

Karnataka CM(left) & Dept CM(Right)

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜାମିନ। ବିଜେପି ପକ୍ଷରୁ କରାଯାଇଥିବା ମାନହାନୀ ମାମଲାରେ ଆଜି ଏକ କୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି।

Advertisment

କଂଗ୍ରେସର ଏହି ଦୁଇ ଟାଣୁଆ ନେତା ସିଦ୍ଧରମୈୟା ଓ ଶିବକୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବସଭରାଜ ବମ୍ମାଇଙ୍କ ସମେତ ଦଳର ଅନ୍ୟ ସଦସ୍ୟଙ୍କ ବିରୋଧରେ ମିଥ୍ୟା ବିଜ୍ଞାପନ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। 

ବିଜେପି ଏମଏଲସି ତଥା ସାଧାରଣ ସମ୍ପାଦକ କେଶବ ପ୍ରସାଦ ମାନହାନୀ ମାମଲା ଦାଏର କରିଥିଲେ। କେଶବ ପ୍ରସାଦ ଗତ ବର୍ଷ ମେ'ରେ ସିଦ୍ଧରମୈୟା, ଶିବକୁମାରଙ୍କ ସମେତ ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। 

Advertisment

ଆଜି ଏକ କୋର୍ଟ ଏହି ଅଭିଯୋଗର ଶୁଣାଣି କରିଛନ୍ତି। ଆବେଦନ ଶୁଣିବା ପରେ କୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜାମିନ ଦେଇଛନ୍ତି। 

Karnataka CM Granted Bail Siddaramaiah BJP Defamation Case DK Shivakuma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe