Advertisment

କର୍ଣ୍ଣାଟକ ଫଳାଫଳ: 12 ଆସନରେ ଆଗୁଆ ବିଜେପି, ପ୍ରଜ୍ଜ୍ୱଳଙ୍କୁ ପଛରେ ପକାଇଲେ ଶ୍ରେୟାସ

ହାସନ ଆସନରୁ ଶ୍ରେୟାସ ପାଟିଲ ଓ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା।

author-image
Debibandita Barick
Representative Image

Representative Image

ଚାଲିଛି କର୍ଣ୍ଣାଟକ ଲୋକସଭା ନିର୍ବାଚନ ଭୋଟ୍ ଗଣତି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଠାରେ ଟ୍ରେଣ୍ଡରେ ରହିଛି ବିଜେପି। ସକାଳ 9ଟା ରିପୋର୍ଟ ସୁଦ୍ଧା କର୍ଣ୍ଣାଟକରେ ବିଜେପି 12ଟି ସିଟରେ ଆଗରେ ରହିଛି।

Advertisment

ସେହିପରି କଂଗ୍ରେସ 8 ଟି ଆସନରେ ଆଗେଇ ଚାଥିବାବେଳେ ନିର୍ବାଚନ ସମୟରେ ସେକ୍ସ ଭିଡିଓ ରାକେଟ୍ ମାମଲାରେ ଦଳରୁ ନିଲମ୍ବିତ ତଥା ଗିରଫ ହୋଇଥିବା ଜେଡି (ଏସ୍) ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ପଛରେ ପକାଇଛନ୍ତି ଦଳର ଶ୍ରେୟାସ ପାଟିଲ।

ହାସନ ଆସନରୁ ଶ୍ରେୟାସ ପାଟିଲ ଓ ପ୍ରଜ୍ଜ୍ୱଳଙ୍କ ମଧ୍ୟରେ ଜୋରଦାର୍ ଟକ୍କର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏଠାରେ ଶ୍ରେୟାସ ପ୍ରଜ୍ଜ୍ୱଳଙ୍କଠାରୁ ଆଗରେ ଅଛନ୍ତି। ସେପଟେ ବିଜେପିର ତେଜସ୍ୱୀ ସୂର୍ଯ୍ୟା ଆଗେଇ ଚାଲିଛନ୍ତି। ସେ 4 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବେଙ୍ଗାଲୁରୁ(ଦକ୍ଷିଣ) ଆସନରୁ ଆଗରେ ଅଛନ୍ତି।

Advertisment

କର୍ଣ୍ଣାଟକରେ 28 ଲୋକସଭା ଆସନ ପାଇଁ ଆଜି ଭୋଟ୍ ଗଣତି ହେଉଛି। ଏହି ସବୁ ଆସନ ପାଇଁ ଏପ୍ରିଲ 26 ଓ ମେ 7ରେ ମତଦାନ ହୋଇଥିଲା। 

General Election Prajwal Revanna Karnataka Election Result Hassan Constituency