Advertisment

ସାଂସଦ ଭାବେ ଏଚଡି ଦେବଗୌଡ଼ାଙ୍କ ନାତିଙ୍କୁ ଅଯୋଗ୍ୟ ଘୋଷଣା କଲେ ହାଇକୋର୍ଟ

ଜଷ୍ଟିସ କେ ନଟରାଜନ ତାଙ୍କ ରାୟରେ ନିର୍ବାଚନ ମଣ୍ଡଳୀର ଭୋଟର ଜି ଦେବରାଜେ ଗୌଡା ଓ ୨୦୧୯ରେ ବିଜେପି ଟିକେଟରୁ ଲଢ଼ି ପରାସ୍ତ ହୋଇଥିବା ଏ ମଞ୍ଜୁଙ୍କ ଆବେଦନକୁ ଆଶିଂକ ଭାବେ ଅନୁମତି ଦେଇଛନ୍ତି।

author-image
Hemant Lenka
Deve Gowda's Grandson

Deve Gowda's Grandson

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ଜେଡିଏସ୍‌କୁ ଶକ୍ତ ଝଟକା ଲାଗିଛି। କାରଣ ତାଙ୍କ ନାତି ତଥା ଦଳର ଏକମାତ୍ର ଲୋକସଭା ସଦସ୍ୟ ପ୍ରଜୱାଲ ରେବାନ୍ନାଙ୍କୁ ଆଜି କର୍ଣ୍ଣାଟକା ହାଇକୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି। ସେ ହାସନ ସିଟ୍‌ରୁ ଜିତି ଲୋକସଭାକୁ ଯାଇଥିଲେ। କିନ୍ତୁ ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି।

Advertisment

ଜଷ୍ଟିସ କେ ନଟରାଜନ ତାଙ୍କ ରାୟରେ ନିର୍ବାଚନ ମଣ୍ଡଳୀର ଭୋଟର ଜି ଦେବରାଜେ ଗୌଡା ଓ ୨୦୧୯ରେ ବିଜେପି ଟିକେଟରୁ ଲଢ଼ି ପରାସ୍ତ ହୋଇଥିବା ଏ ମଞ୍ଜୁଙ୍କ ଆବେଦନକୁ ଆଶିଂକ ଭାବେ ଅନୁମତି ଦେଇଛନ୍ତି। ଏଥିସହ ଭାରତୀୟ ନିର୍ବାଚନ କମିଶନକୁ ପ୍ରଜୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସେ ନିର୍ବାଚନରେ ଅନିୟମିତତା କରିଥିବାରୁ କଣ୍ଟକ୍ଟ ଅଫ ଇଲେକସନ ପ୍ରୋସେସ ରୁଲ୍ସ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସର ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଜୱାଲ ଲୋକସଭାକୁ ଯାଇଥିଲେ। କିନ୍ତୁ ଏବେ ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରାଯାଇଛି। ମଞ୍ଜୁ ୨୦୧୯ରେ ପ୍ରଜୱାଲଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏବେ ସେ ଜେଡିଏସରେ ସାମିଲ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି।

Advertisment

ଆବେଦନରେ କୁହାଯାଇଥିଲା ଯେ ୨୦୧୯ ନିର୍ବାଚନ ପାଇଁ ପ୍ରଜୱାଲ ଦାଖଲ କରିଥିବା ସତ୍ୟପାଠରେ ଅନିୟମିତତା କରିଥିଲେ ଓ ସେ ନିର୍ବାଚନ କମିଶନଙ୍କ ଆଗରେ ନିଜର ସମ୍ପତ୍ତି ସମ୍ପର୍କରେ ସଠିକ ସୂଚନା ଦେଇ ନଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରି ପ୍ରଜୱାଲଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି।

ତେବେ ହାଇକୋର୍ଟ ମଞ୍ଜୁଙ୍କୁ ବିଜେତା ଘୋଷଣା ପାଇଁ ଆବେଦନରେ କରାଯାଇଥିବା ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ହାଇକୋର୍ଟ ପ୍ରଜୱାଲଙ୍କ ବାପା ଏଚଡି ରେବାନ୍ନା(ବିଧାୟକ ଓ ପୂର୍ବତନ ମନ୍ତ୍ରୀ) ଓ ଭାଇ ସୂରଜ ରେବାନ୍ନା(ଏମଏଲସି)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। କାରଣ ଏହି ଦୁଇ ଜଣ ମଧ୍ୟ ନିର୍ବାଚନ ଅନିୟମିତତାରେ ସାମିଲ ଥିଲେ।

ଆବେଦନରେ କୁହାଯାଇଥିଲା ଯେ ଚେନ୍ନାମବିକା କନଭେନସନାଲ ହଲର ମୂଲ୍ୟ ୫ କୋଟି ଟଙ୍କା। କିନ୍ତୁ ଏହାର ଦାମ ୧୪ ଲକ୍ଷ ଟଙ୍କା ପ୍ରଜୱାଲ ଦର୍ଶାଇଥିଲେ। ସେହିପରି ବ୍ୟାଙ୍କରେ ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ଥିବା ଦର୍ଶା ଯାଇଥିଲା।

କିନ୍ତୁ ବାସ୍ତବରେ ସେ ୪୮ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରି ରଖିଥିଲେ। ପ୍ରଜୱାଲ ଅନେକ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ ସେଗୁଡ଼ିକୁ ସେ ଅନ୍ୟ ମାନଙ୍କ ନାଁରେ ରଖିଛନ୍ତି। ଏଥିସହ ସେ ଟିକସ ମଧ୍ୟ ଫାଙ୍କି ଥିବା ଅଭିଯୋଗ ହୋଇଥିଲା।

JDS Lok Sabha