/odisha-reporter/media/post_attachments/uploadimage/library/16_9/16_9_0/Rajanna_1754913647.jpg)
Rajanna
କର୍ଣ୍ଣାଟକା ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କେଏନ ରାଜାନ୍ନା ନିଜ ପଦରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ସେ ଦେଇଥିବା ବୟାନକୁ କଂଗ୍ରେସ ଦେହରେ ଯାଇ ନଥିଲା। ଏହାକୁ ନେଇ ଦଳ ଭିତରେ ରାଜାନ୍ନାଙ୍କୁ ବିରୋଧ କରାଯାଇଥିଲା। ଏଥିପାଇଁ ସେ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ପଠାଇ ଦେଇଥିବା କୁହାଯାଉଛି।
ରାଜାନ୍ନା ହେଉଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଘନିଷ୍ଠ ସହଯୋଗୀ। ଆଜି ସେ ବିଧାନ ସୌଧରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ କଂଗ୍ରେସ କିମ୍ବା ରାଜାନ୍ନା ଏ ସମ୍ପର୍କରେ କିଛି ବି କହି ନାହାନ୍ତି।
ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ବିଧାନସଭାରେ ହୋହାଲ୍ଲା କରିଛି। ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ ଓ ରାଜାନ୍ନା ପୂରା ସସପେନ୍ସ ଉପରୁ ପରଦା ଉଠାନ୍ତୁ ବୋଲି ବିଜେପି ଦାବି କରିଛି। କଂଗ୍ରେସରେ କ’ଣ ଗଣତନ୍ତ୍ର ନାହିଁ କି ବୋଲି ମଧ୍ୟ ଦଳ ପ୍ରଶ୍ନ କରିଛି।
ନିକଟରେ ରାଜାନ୍ନା କହିଥିଲେ ଯେ “ଭୋଟର ତାଲିକା କେତେବେଳେ ପ୍ରସ୍ତୁତ ହୋଇଥିଲା? ଆମ ସରକାର କ୍ଷମତାରେ ଥିବା ବେଳେ ଏହା ପ୍ରସ୍ତୁତ ହୋଇଥିଲା। ସେହି ସମୟରେ ସମସ୍ତେ କେବଳ ଚୁପ ବସିଥିଲେ। ସେମାନଙ୍କ ଆଖି କ’ଣ ବନ୍ଦ ଥିଲା? ଯଦି ଆମେ କଥା କହିବାକୁ ଚାହିଁବା, ତା’ହେଲେ ଅନେକ କିଛି କହି ହେବ। ଏହା ସତ ଯେ ଭୋଟର ତାଲିକାରେ ଅନିୟମିତତା ହୋଇଛି। ଏହା ସଂପୂର୍ଣ୍ଣ ସତ। ଏଥିରେ କୌଣସି ମିଛ ନାହିଁ।
ଏହି ଅନିୟମିତତା ଆମ ଆଖି ତଳେ ହୋଇଛି। ଏଥିପାଇଁ ଆମକୁ ଲାଜ ଲାଗିବା କଥା। ଆମେ ସେହି ସମୟରେ ଏଥିପ୍ରତି ଯତ୍ନବାନ ହୋଇପାରି ନଥିଲୁ। ଏଥିପାଇଁ ଆମକୁ ଭବିଷ୍ୟତ ପ୍ରତି ସତର୍କ ରହିବାକୁ ପଡ଼ିବ।” ତାଙ୍କର ଏହି ବୟାନକୁ ଦଳ ଭିତରେ ଠିକ ଭାବେ ଗ୍ରହଣ କରାଯାଇ ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
