Advertisment

ଆପ୍‌-କଂଗ୍ରେସ କଥା କଟାକଟି: ମୋହଲା କ୍ଲିନିକ୍‌ ବିରୋଧରେ ମତ ରଖିଲେ କର୍ଣ୍ଣାଟକା ମନ୍ତ୍ରୀ

ଶୁକ୍ରବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସହ ଗୁଣ୍ଡୁ ରାଓ ଦକ୍ଷିଣ ଦିଲ୍ଲୀର ପଞ୍ଚଶୀଳ ପାର୍କ ଠାରେ ଥିବା ଗୋଟିଏ ମୋହଲା କ୍ଲିନିକକୁ ଯାଇଥିଲେ। ସେଠାରେ ମିଳୁଥିବା ସ୍ୱାସ୍ଥ୍ୟ ସେବା କଥା ବୁଝି ଏହାକୁ ପ୍ରଶଂସା କରିଥିଲେ।

Delhi

Delhi

Advertisment

ଦିଲ୍ଲୀ ବିଲ୍‌କୁ ନେଇ ଆପ୍‌ ଓ କଂଗ୍ରେସ ପାଖାପାଖି ହେଉଥିବା ବେଳେ ପରସ୍ପର ବିରୋଧରେ ସିଧାସଳଖ ମତ ନ ରଖିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଓ ଆପ୍‌ ମଧ୍ୟରେ କଥା କଟାକଟି ହୋଇଛି। ଶ୍ରୀ ରାଓ ଦିଲ୍ଲୀ ସରକାର ତିଆରି କରିଥିବା ମୋହଲା କ୍ଲିନିକ ବିରୋଧରେ ମତ ରଖିବାରୁ ଏହାକୁ ଆପ୍‌ କାଉଣ୍ଟର କରିଛି।

Advertisment

ଶୁକ୍ରବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସହ ଗୁଣ୍ଡୁ ରାଓ ଦକ୍ଷିଣ ଦିଲ୍ଲୀର ପଞ୍ଚଶୀଳ ପାର୍କ ଠାରେ ଥିବା ଗୋଟିଏ ମୋହଲା କ୍ଲିନିକକୁ ଯାଇଥିଲେ। ସେଠାରେ ମିଳୁଥିବା ସ୍ୱାସ୍ଥ୍ୟ ସେବା କଥା ବୁଝି ଏହାକୁ ପ୍ରଶଂସା କରିଥିଲେ।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଗୁଣ୍ଡୁ ରାଓ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଓଲଟା କଥା କହିଥିଲେ। କର୍ଣ୍ଣାଟକାରେ ମୋହଲା କ୍ଲିନିକ ଠାରୁ ଭଲ ସ୍ୱାସ୍ଥ୍ୟ ସେବା  ମିଳୁଛି। ମୋହଲା କ୍ଲିନିକକୁ ନେଇ ଅତ୍ୟଧିକ ପ୍ରଚାର କରାଯାଉଛି ବୋଲି ସେ କହିବା ପରେ ବିବାଦ ସୃଷ୍ଟି ହୋଇଛି।

Advertisment

ଏହାର ଜବାବ ଆପ୍‌ ଦେଇଛି। ଦଳ କହିଛି ଯେ ଆପ୍‌ର ଗୋଟିଏ ଟିମ ରାଓଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ନମ୍ମା କ୍ଲିନିକ୍‌କୁ ଯାଇଥିଲା। ସେଠାରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ଆଦୌ ଭଲ ନୁହେଁ।

ସେଠାରେ କେବଳ ଜ୍ୱର ଭଳି ସାଧାରଣ ରୋଗ ପାଇଁ ମେଡିସିନ ଦିଆଯାଉଛି। ରୋଗୀମାନଙ୍କୁ ବଡ଼ ହସ୍ପିଟାଲକୁ ଯିବା ପାଇଁ କୁହାଯାଉଛି। ପରିଷ୍କାର ପରିଚ୍ଛନ୍ନତାକୁ ନେଇ ମଧ୍ୟ ସମସ୍ୟା ରହିଛି। ତେଣୁ ମୋହଲା କ୍ଲିନିକୁ କର୍ଣ୍ଣାଟକାର ନମ୍ମା କ୍ଲିନିକ୍‌ ସହ ତୁଳନା କରିବା ଆଦୌ ଠିକ୍‌ ନୁହେଁ ବୋଲି ଆପ୍‌ କହିଛି।  

Congress AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe