Advertisment

କହୁ କହୁ କହିଦେଲ ମନ୍ତ୍ରୀ, ଋଣ ଛାଡ଼ ପାଇଁ କୃଷକ ଚାହୁଁଛନ୍ତି ମରୁଡ଼ି ହେଉ

ତୁରନ୍ତ ମନ୍ତ୍ରୀ ଶିବନନ୍ଦ ପାଟିଲ ଦେଇଥିବା ବୟାନକୁ ଫେରାଇ ନେବା ସହ କୃଷକମାନଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

minister shivanand patil

minister shivanand patil

Advertisment

'କୃଷକମାନେ ଚାହୁଁଛନ୍ତି ମରୁଡ଼ି ପଡୁ। ଏଭଳି ହେଲେ ସରକାର ତାଙ୍କ ଋଣ ଛାଡ଼ କରିଦେବେ।' କୃଷକମାନଙ୍କୁ ନେଇ ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକର ଜଣେ ମନ୍ତ୍ରୀ। ଯାହାକୁ ନେଇ ଏବେ ବିବାଦ ଉପୁଜିବାରେ ଲାଗିଛି। ସିଦ୍ଧରମେୟା ସରକାରଙ୍କ ମନ୍ତ୍ରୀଙ୍କୁ ଚାରୁଆଡୁ ଟାର୍ଗେଟ୍‌ କରାଯାଇଛି।

Advertisment

ନିକଟରେ ଚିକ୍କୋଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କର୍ଣ୍ଣାଟକ ସରକାରଙ୍କ ଆଖୁ ଚାଷ ବିକାଶ ମନ୍ତ୍ରୀ ଶିବାନନ୍ଦ ପାଟିଲ କୃଷକମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହୁ କହୁ କହିଦେଇଛନ୍ତି ଯେ, 'ଚାଷୀମାନଙ୍କୁ କୃଷ୍ଣା ନଦୀର ପାଣି ମାଗଣା ମିଳୁଛି। ଏହା ବ୍ୟତୀତ ବିଦ୍ୟୁତ ମଧ୍ୟ ମାଗଣାରେ ଦିଆଯାଉଛି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମାଗଣାରେ ସାର ଓ ମଞ୍ଜି ଦେଉଛନ୍ତି। ଏଭଳି ପରିସ୍ଥିତିରେ, ଚାଷୀମାନଙ୍କର କେବଳ ଗୋଟିଏ ଇଚ୍ଛା, ପ୍ରତିବର୍ଷ ମରୁଡ଼ି ସ୍ଥିତି ସୃଷ୍ଟି ହେଉ। ଏଭଳି ହେବା ଦ୍ୱାରା ସେମାନଙ୍କର ଋଣ ଛାଡ଼ ହୋଇପାରିବ।'

ମନ୍ତ୍ରୀ ଦେଇଥିବା ଏହି ବିବାଦୀୟ ବୟାନର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ବିଜେପି କର୍ଣ୍ଣାଟକ ସରକାର ଉପରେ ଜୋରଦାର ବର୍ଷିଛି। କଂଗ୍ରେସ ଟାର୍ଗେଟ୍‌ କରି ବିଜେପି କହିଛି, 'ସିଦ୍ଧରମେୟା ସରକାରରେ କେବଳ ମୁର୍ଖ ନେତାମାନେ ଅଛନ୍ତି। କୃଷକ ବିରୋଧୀ ସରକାର ଚାଷୀମାନଙ୍କ ପରିହାସ କରି ସେମାନଙ୍କୁ ଅପମାନିତ କରୁଛି।' ଏଥିସହ ତୁରନ୍ତ ଶିବନନ୍ଦ ପାଟିଲ ଦେଇଥିବା ବୟାନକୁ ଫେରାଇ ନେବା ସହ କୃଷକମାନଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

Advertisment

ମନ୍ତ୍ରୀ ଶିବାନନ୍ଦ ପାଟିଲଙ୍କ ବିବାଦ ସହ ପୁରୁଣା ସମ୍ପର୍କ ରହିଛି। ଏହାପୂର୍ବରୁ ମଧ୍ୟ ସେପ୍ଟେମ୍ବର ମାସରେ ଚାଷୀ ଆତ୍ମହତ୍ୟାକୁ ନେଇ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଚାଷୀ ଆତ୍ମହତ୍ୟା ପାଇଁ ସରକାରଙ୍କ ତରଫରୁ ମିଳୁଥିବା ଅର୍ଥିକ ସହାୟତା ପାଇବା ପାଇଁ ଅଧିକାଂଶ ଚାଷୀ ଜୀବନ ହାରୁଛନ୍ତି ବୋଲି ସେ କହିଥିଲେ।

Bjp Karnataka Politics Shivananda Patil Farmers Drought Wish Remark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe