Advertisment

ବଢ଼ିଲା ଜୁନିୟର ଚିଦାମ୍ବରମଙ୍କ ଅଡ଼ୁଆ, କଂଗ୍ରେସ ପଠାଇଲା ନୋଟିସ

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଠାରୁ ଅଧିକ ଲୋକପ୍ରିୟ ବୋଲି ଗୋଟିଏ ସାକ୍ଷାତକାରରେ କାର୍ତ୍ତି ଚିଦାମ୍ବରମ କହୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Karti

Karti

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ଅଡ଼ୁଆ ବଢ଼ିଛି। ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୁଳନା କରି ସେ ଦେଇଥିବା ମନ୍ତବ୍ୟ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି କରିଛି। ଏଥିପାଇଁ ତାମିଲନାଡୁ କଂଗ୍ରେସ କାର୍ତ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। କେଉଁ ପରିସ୍ଥିତିରେ ସେ ରାହୁଲ ଓ ମୋଦିଙ୍କୁ ତୁଳନା କଲେ, ତା’ର ଉତ୍ତର ରଖିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଠାରୁ ଅଧିକ ଲୋକପ୍ରିୟ ବୋଲି ଗୋଟିଏ ସାକ୍ଷାତକାରରେ କାର୍ତ୍ତି ଚିଦାମ୍ବରମ କହୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଇଭିଏମ ଉପରେ ତାଙ୍କ ବିଶ୍ୱାସ ଥିବା ମଧ୍ୟ ସେ କହିଥିଲେ। ଇଭିଏମ ତ୍ରୁଟିକୁ ପ୍ରସଙ୍ଗ କରି କଂଗ୍ରେସ ବିଭିନ୍ନ ସମୟରେ ସ୍ୱର ଉଠାଉଛି। ହେଲେ ଜୁନିୟର ଚିଦାମ୍ବରମ ଇଭିଏମ ଉପରେ ବିଶ୍ୱାସ ପ୍ରକଟ କରିଥିଲେ।

ଦଳ ଠାରୁ ଭିନ୍ନ ମତ ରଖିଥିବାରୁ ତାଙ୍କୁ ନୋଟିସ ପଠା ଯାଇଛି। ଶୃଙ୍ଖଳା କମିଟ ପକ୍ଷରୁ ପୂର୍ବତନ ବିଧାୟକ କେଆର ରାମାସ୍ୱାମୀ ଏପରି ନୋଟିସ ପଠାଇ ୧୦ ଦିନ ଭିତରେ ଜବାବ ରଖିବାକୁ ତାଙ୍କୁ କହଛନ୍ତି।

Advertisment

ତେବେ କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ସମର୍ଥକମାନେ ଏପରି ନୋଟିସ ପଠାଇବାକୁ ପୂର୍ବତନ ବିଧାୟକଙ୍କ ଅଧିକାର ନାହିଁ ବୋଲି କହିଛନ୍ତି। କାର୍ତ୍ତିଙ୍କ ପାଖ ଲୋକମାନେ କହିଛନ୍ତି ଯେ ଜଣେ ସାଂସଦଙ୍କୁ କେବଳ ଏଆଇସିସି ହିଁ ନୋଟିସ ପଠାଇ ପାରିବ। ତାମିଲନାଡୁ କଂଗ୍ରେସର ନୋଟିସ ପଠାଇବାର କୌଣସି ଅଧିକାର ନାହିଁ।

Karti Chidambaram Congress Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe