Advertisment

ଶ୍ରୀଲଙ୍କାକୁ 'କଚାତିବୁ' ଦ୍ୱୀପ ବିକି ଦେଇଛି କଂଗ୍ରେସ ?

RTI ତଥ୍ୟ ଅନୁସାରେ, ୧୯୭୪ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର 'କଚାତିବୁ' ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ।

author-image
Manoj Swain

ନିର୍ବାଚନୀ ମାହୋଲ ମଧ୍ୟରେ ରାଷ୍ଟ୍ର ସ୍ୱାର୍ଥ ଉଠାଇ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି 'କଚାତିବୁ' ଦ୍ୱୀପ କଥା ଉଠାଇ ସୋଶାଲ ମିଡିଆରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କା ହାତକୁ ଟେକି ଦେଇଛି, କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟେର ଲେଖିଛନ୍ତି। ସୂଚନା ଅଧିକାର(RTI) ପ୍ରକାଶ କରିଥିବା କିଛି ତଥ୍ୟକୁ ନେଇ କଂଗ୍ରେସକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ। RTI ତଥ୍ୟ ଅନୁସାରେ, ୧୯୭୪ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର 'କଚାତିବୁ' ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ। 

Advertisment
Katchatheevu Island Bjp Congress