Advertisment

Exit Polls: ବିପଦରେ କେସିଆରଙ୍କ କୁର୍ସି, କଂଗ୍ରେସ କରିବ ଦଖଲ!

ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରେ ୨୦୧୪ରୁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଭାରତ ରାଷ୍ଟ୍ର ସମିତି (BRS) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଏଥର ଲାଗିବ ଝଟକା।

ଅଦ୍ୟତନ ହୋଇଛି
KCR

KCR

Advertisment

୧୧୯ଟି ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆସିଯାଇଛି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ର ତଥ୍ୟ। ଏହି ତଥ୍ୟ କହୁଛି ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରେ ୨୦୧୪ରୁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଭାରତ ରାଷ୍ଟ୍ର ସମିତି (BRS) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଏଥର ଲାଗିବ ଝଟକା। କଂଗ୍ରେସ ତାଙ୍କ ଠାରୁ ଛଡ଼ାଇ ନେବ ଶାସନ ଡୋର।

Advertisment

ତେଲେଙ୍ଗାନାରେ ସରକାର ଗଠନ ପାଇଁ ୬୦ଟି ଆସନ ଆବଶ୍ୟକ ହେଉଥିବା ବେଳେ India TV-CNX ଏକ୍‌ଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ। ଅନ୍ୟପକ୍ଷରେ କେସିଆରଙ୍କ ବିଆରଏସ୍‌ ୩୧ରୁ ୪୭ଟି ଆସନ ଜିତିବ। ବିଜେପି ୨ରୁ ୪ ଓ ଏଆଇଏମ୍‌ଆଇଏମ୍‌ ୫ରୁ୭ଟି ଆସନ ଜିତିବ।

ଜନ୍‌ କି ବାତ୍‌ର ତଥ୍ୟ ଅନୁଯାୟୀ, କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ। ବିଆରଏସ୍‌କୁ ୪୦ରୁ ୫୫ଟି ଆସନ ମିଳିବ। ବିଜେପିକୁ ୭ରୁ ୧୩ଟି ଆସନ ଏବଂ ଏଆଇଏମ୍‌ଆଇଏମ୍‌କୁ ୪ରୁ ୭ଟି ଆସନ ମିଳିପାରେ।

Advertisment

Republic TV-Matrize ର ଏକ୍‌ଜିଟ୍ ପୋଲ ତଥ୍ୟ କହୁଛି କଂଗ୍ରେସ ୫୮ରୁ ୬୮ଟି ଆସନରେ ବିଜୟୀ ହେବ। ବିଆରଏସ୍ ୪୬ରୁ ୫୬ଟି, ବିଜେପି ୪ରୁ ୯ ଓ ଏଆଇଏମ୍‌ଆଇଏମ୍‌ ୫ରୁ ୭ଟି ଆସନ ଜିତିବେ।

କଂଗ୍ରେସ ବିପୁଳ ସଂଖ୍ୟକ ଆସନରେ ଜିତିବ ବୋଲି କହିଛି News 24-Today's Chanakya । ଏହାର ସର୍ଭେ ଅନୁସାରେ କଂଗ୍ରେସ ୭୧ଟି ଆସନରେ ଜିତିବ। ବିଆରଏସ୍‌କୁ ୩୩ଟି ଆସନ ମିଳିବ। ବିଜେପିକୁ ୭ଟି ଆସନ ମିଳିବ। ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ବି ଆସନ ମିଳି ନପାରେ।

ଟାଇମ୍ସ ନାଓ-ଇଟିଜିର ସର୍ଭେ ଅନୁସାରେ କଂଗ୍ରେସ ୬୦ରୁ ୭୦ ଆସନ ଓ ବିଆରଏସ୍‌ ୩୭ରୁ ୪୫ଟି ଆସନରେ ଜିତିବେ। ବିଜେପିକୁ ୬ରୁ୮ ଓ ଏଆଇଏମ୍‌ଆଇଏମ୍‌କୁ ୫-୭ଟି ଆସନ ମିଳିବ।

ଏବିପି ନ୍ୟୁଜ୍ ଓ ସି-ଭୋଟରର ତଥ୍ୟ କହୁଛି କଂଗ୍ରେସ ୪୯ରୁ ୬୫ଟି ଆସନ ଜିତିବ। ଅନ୍ୟ ପକ୍ଷରେ ବିଆରଏସ୍ ୩୮ରୁ ୫୪ ଟି ଆସନ ଜିତିବ। ବିଜେପିକୁ ୫ରୁ ୧୩ ଓ ଏଆଇଏମ୍‌ଆଇଏମ୍‌କୁ ୫ରୁ୯ଟି ଆସନ ମିଳିବ।

TV9 Bharatvarsh-Polstrat ର ସର୍ଭେ ଅନୁସାରେ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ କଡ଼ା ଟକ୍କର ହେବ। କଂଗ୍ରେସକୁ ୪୯ରୁ ୫୯ ଓ ବିଆରଏସ୍‌କୁ ୪୮ରୁ୫୮ଟି ଆସନ ମିଳିପାରେ। ଏମିତି ହେଲେ ଝୁଲା ବିଧାନସଭା ମଧ୍ୟ ଦେଖିବାକୁ ମିଳିପାରେ।

ବିଜେପି ୧୧୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆଉ ୮ଟି ଆସନରେ ଏହାର ସହଯୋଗୀ ଦଳ ଅଭିନେତା ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନ ସେନା ପ୍ରାର୍ଥୀ ଦେଇଥିଲା। କଂଗ୍ରେସ ୧୧୯ଟି ଆସନରୁ ଗୋଟିଏ ସିପିଆଇକୁ ଦେଇଥିବା ବେଳେ ଅନ୍ୟ ସବୁ ଆସନରେ ନିଜ ପ୍ରାର୍ଥୀ ଛିଡ଼ା କରିଥିଲା।

ତେଲେଙ୍ଗାନାରେ ଗତ ବିଧାନସଭା ନିର୍ବାଚନରେ ବିଆରଏସ୍ ୯୯ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭ଟି, ଅସଉଦ୍ଦିନ ଓୱେସିଙ୍କ ଏଆଇଏମ୍‌ଆଇଏମ୍‌ ୭ଟି ଓ ବିଜେପି ୫ଟି ଆସନରେ ବିଜୟୀ ହୋଇଥିଲେ।

Congress Telengana Brs Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe