Advertisment

ପୁଅକୁ ମିଳିଲାନି ଟିକେଟ, ବାପା ଛାଡ଼ିଦେଲେ ଦଳ

କିଛି ଦିନ ପୂର୍ବେ ବାହାରିଥିବା ତାଲିକାରେ ହନୁମନ୍ତ ରାଓଙ୍କ ନାମ ମଲ୍ଲକାଜଗିରି ସିଟ୍‌ ପାଇଁ ଉଲ୍ଲେଖ ଥିଲା। ମାତ୍ର ତାଙ୍କ ପୁଅ ନାଁ ତାଲିକାରେ ନ ଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
kcr-party-brs-mla-hanumantha-rao

brs-mla-hanumantha-rao

ପୁଅକୁ ମିଳିଲାନି ବିଧାନସଭା ଟିକେଟ । ତେଣୁ ରାଗ ତମତମ ହୋଇ ଦଳ ଛାଡ଼ିଦେଲେ ବାପା । ଏପରି ଏକ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ତେଲାଙ୍ଗାନାରେ କ୍ଷମତାରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ପାର୍ଟିର ବରିଷ୍ଠ ରାଜନେତା ତଥା ବିଧାୟକ ମୟନାମପଲ୍ଲୀ ହନୁମନ୍ତ ରାଓ ଏପରି ଘୋଷଣା କରିଛନ୍ତି।

Advertisment

ହନୁମନ୍ତ ରାଓ ନିଜ ପୁଅ ରୋହିତ ରାଓଙ୍କ ପାଇଁ ମେଡକ ସିଟ୍‌ ଟିକେଟ ଆଶାରେ ଥିଲେ । ମାତ୍ର କିଛି ଦିନ ପୂର୍ବେ ବାହାରିଥିବା ତାଲିକାରେ ହନୁମନ୍ତ ରାଓଙ୍କ ନାମ ମଲ୍ଲକାଜଗିରି ସିଟ୍‌ ପାଇଁ ଉଲ୍ଲେଖ ଥିଲା। ମାତ୍ର ତାଙ୍କ ପୁଅ ନାଁ ତାଲିକାରେ ନ ଥିଲା। ଉକ୍ତ ସିଟ୍‌ ପାଇଁ ଆଉ ଜଣଙ୍କ ନାମ ସାମିଲ ହୋଇଥିଲା। ଏଥିନିମନ୍ତେ ହନୁମନ୍ତ ରାଓ ତେଲେଙ୍ଗାନାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାୟୀ କରି ସେ ଚକ୍ରାନ୍ତ କରି ପୁଅ ନାଁ କାଟିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଦଳ ପକ୍ଷରୁ ତାଙ୍କୁ ନିନ୍ଦା କରାଯିବା ସହ କଥାରେ ଶାଳୀନତା ରକ୍ଷା କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।

ଏହାକୁ ନେଇ ହନୁମନ୍ତ ରାଓଙ୍କର ପାର୍ଟି ମୁଖ୍ୟଙ୍କ ସହ ସମ୍ପର୍କ ବିଗିଡ଼ିବାରେ ଲାଗିଥିଲା। ଏପରିକି ସେ ଖୁଲମଖୁଲା ବିଆରଏସ୍‌ ନେତୃତ୍ୱକୁ ସମାଲୋଚନା କରିଥିଲେ। ଏପରିକି ନିଜ ପୁଅକୁ ଟିକେଟ ମିଳିଲେ ହିଁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ବିଧାୟକଜଣକ ।

Advertisment

ମାତ୍ର ଏନେଇ ପାର୍ଟି ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଦଳ ଛାଡ଼ିବା ବିଷୟରେ ଘୋଷଣା କରିଛନ୍ତି ହନୁମନ୍ତ ରାଓ । ଏଥିସହ ଖୁବ୍‌ ଶୀଘ୍ର ସେ କେଉଁ ଦଳକୁ ଯିବେ ସମସ୍ତଙ୍କୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି। ହନୁମନ୍ତ ରାଓ କଂଗ୍ରେସ ସହ ଆଲୋଚନା ଜାରି ରଖିଥିବା ବେଳେ ଖୁବ୍‌ ଶୀଘ୍ର ଉକ୍ତ ଦଳରେ ସାମିଲ ହୋଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Telengana KCR