Advertisment

ବିଆରଏସର ବିଧାନସଭା ପ୍ରାର୍ଥୀ ଘୋଷଣା, ୨ଟି ଆସନରୁ ଲଢ଼ିବେ କେସିଆର୍

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଆରଏସ୍। ଦୁଇଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।

ଅଦ୍ୟତନ ହୋଇଛି
KCR

KCR

Advertisment

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଆରଏସ୍। ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି ଆଜି ସମସ୍ତ ୧୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ।

Advertisment

ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ଥିବାବେଳେ ଏବେଠୁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଆରଏସ୍। ଏଥର ଟିମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ମାତ୍ର ୭ଟି ଆସନରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଥିବା ଅଧିକାଂଶ ବିଧାୟକଙ୍କୁ ଟିକେଟ୍ ଦେଇଛନ୍ତି କେସିଆର୍। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିବା କେସିଆର୍ ଏଥର ଦୁଇଟି ଆସନରୁ ଲଢିବେ। 

ସେ ଗଜୱେଲ୍ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏଥର ଆଉ ଏକ ଆସନ କାମାରେଡିରୁ ଲଢିବେ। ୨୦୧୪ରେ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ଅଲଗା ହେବା ପରେ ସରକାରରେ ରହିଛି ବିଆରଏସ୍। ପୂର୍ବରୁ ଏହି ପାର୍ଟିର ନାଁ ତେଲେଙ୍ଗାନା ରାଷ୍ଟ୍ର ସମିତି ଥିଲା। ୨୦୧୪ ତୁଳନାରେ ୨୦୧୮ରେ ଭଲ ପ୍ରଦର୍ଶନ କରିଥିଲା ଦଳ। ବିଆରଏସର ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ ହେଉଛି କଂଗ୍ରେସ।

Advertisment

ଏଥର ଦଳ ୯୫ରୁ ୧୦୫ ସିଟରେ ବିଜୟ ଲାଭ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେସିଆର୍। ତେବେ ବୋଥ, ଖାନପୁର, ୱାଇରା, କୋରୁତଲା, ଉପ୍ପଲ, ଅସିଫାବାଦ ଏବଂ ମେତପଲ୍ଲିରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି।

Election News Political News Brs KCR Telangana Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe