Advertisment

ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀ କେସିଆର

କଂଗ୍ରେସ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଥିବାରୁ କେସିଆର ନିଜର ପରାଜୟ ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କ ଜରିଆରେ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇ ଦେଇଛନ୍ତି।

KCR

KCR

Advertisment

ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ ଚନ୍ଦ୍ରଶେଖର ରାଓ ବା କେସିଆର। ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ପାଖକୁ ପଠାଇ ଦେଇଛନ୍ତି। ୨୦୧୪ରୁ କେସିଆର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ କାମ କରି ଆସୁଥିଲେ। ଏଥର ସେ ହ୍ୟାଟ୍ରିକ ବିଜୟର ଲକ୍ଷ୍ୟ ରଖିଥିଲେ। କିନ୍ତୁ କଂଗ୍ରେସ ତାଙ୍କର ସବୁ ଆଶାରେ ପାଣି ପକାଇ ଦେଇଛି।

Advertisment

କଂଗ୍ରେସ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଥିବାରୁ କେସିଆର ନିଜର ପରାଜୟ ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କ ଜରିଆରେ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇ ଦେଇଛନ୍ତି।

ଆଜି ସକାଳୁ କେସିଆର ତାଙ୍କ ସରକାରୀ ବାସଭବନ ପ୍ରଗତି ଭବନରେ ରହିଥିଲେ। ଲାଗୁଥିଲା ସେ ଏହି ସ୍ଥାନରୁ ରାଜଭବନ ଯିବେ ଓ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ସେ ଗୁପ୍ତ ଭାବେ ନିଜର କିଛି ସମର୍ଥକଙ୍କ ସହ ଦୁଇଟି ଗାଡ଼ିରେ ସରକାରୀ ବାସଭବନରୁ ବାହାରି ଯାଇଥିଲେ। କିନ୍ତୁ ରାଜଭବନରେ ପହଞ୍ଚି ନଥିଲେ। ଏବେ ଜଣାପଡ଼ିଛି ଯେ ସେ ତାଙ୍କ ଇସ୍ତଫାତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ସରକାରୀ ବାସଭବନ ଛାଡ଼ି କେସିଆର ଏବେ ମେଡକ ଜିଲ୍ଲାର ଇରାଭାଲ୍ଲି ଗାଁରେ ନିଜ ଫାର୍ମ ହାଉସକୁ ଚାଲି ଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂଣତର୍ଣ କଥା ହେଲା, କେସିଆର କାହାକୁ କୌଣସି ସୂଚନା ନ ଦେଇ ବିନା ସୁରକ୍ଷା କନଭୟରେ ଫାର୍ମ ହାଉସକୁ ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Election Results Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe