Advertisment

କେର ଷ୍ଟାରମରଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲସ

ବକିଂହାମ ପ୍ୟାଲେସକୁ ଯାଇ ଷ୍ଟାରମର ରାଜା ଚାର୍ଲସଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି।

UK

UK

Advertisment

ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଲେବର ପାର୍ଟିର ନେତା କେର୍‌ ଷ୍ଟାରମରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବକିଂହାମ ପ୍ୟାଲେସକୁ ଯାଇ ଷ୍ଟାରମର ରାଜା ଚାର୍ଲସଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି।

Advertisment

ସାମ୍ନାକୁ ଆସିଥିବା ଫଟରେ ରାଜା ଚାର୍ସଲଙ୍କ ସହ ଷ୍ଟାରମର ହାତ ମିଳାଇ ବିଧିବଦ୍ଧ ଭାବେ ଦେଶର ଦାୟିତ୍ୱ ଆଣୁଛନ୍ତି। ବ୍ରିଟେନ ନିର୍ବାଚନରେ ଷ୍ଟାରମରଙ୍କ ଲେବର ପାର୍ଟିର ବିପୁଳ ବିଜୟ ହାସଲ କରିଥିଲା।

ଏହାପରେ କଞ୍ଜର୍ଭେଟିଭ ପାର୍ଟିର ନେତା ଋଷ ସୁନକ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ରାଜା ଚାର୍ଲସ ତୃତୀୟ ଗ୍ରହଣ କରି ନେଇଥିଲେ। ଏହାପରେ ଷ୍ଟାରମରଙ୍କୁ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ରାଜା ଚାର୍ଲସ ତୃତୀୟ ଷ୍ଟାରମରଙ୍କୁ ନୂଆ ସରକାର ଗଠନ ପାଇଁ କହିଛନ୍ତି। ଏହାକୁ ସେ ଗ୍ରହଣ କରି ତାଙ୍କ ହାତକୁ କିସ୍‌ କରି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ସହମତ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଷ୍ଟାରମର କହିଛନ୍ତି ଯେ ପରିବର୍ତ୍ତନ ଏହି ଠାରୁ ଆରମ୍ଭ ହୋଇଛି। ପ୍ରଥମେ ଦେଶ, ତା’ ପରେ ପାର୍ଟି। ୧୦ ଡାଉନିଂ ଷ୍ଟ୍ରିଟ ସାମ୍ନାରେ ୬୧ ବର୍ଷୀୟ ଷ୍ଟାରମର କହିଛନ୍ତି, “ପ୍ରଥମେ ଦେଶ, ଦ୍ୱିତୀୟରେ ପାର୍ଟି। ଏମିତି ହିଁ ଆମେ ସେବା କରିବୁ।

ଲୋକଙ୍କ ସେବା କରିବା ସୌଭାଗ୍ୟର ବିଷୟ। ଅପାଣମାନେ ଲେବର ପାର୍ଟିକୁ ଭୋଟ କରିଛନ୍ତି କି ନାହିଁ, ସେକଥା ମୁଁ ଜାଣନି। କିନ୍ତୁ ମୋ ସରକାର ଆପଣମାନଙ୍କ ସେବା କରିବ। ରାଜନୀତି ସବୁବେଳେ ଭଲ ଦିଗରେ ଯିବା ଦରକାର।”

ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମ୍ମନ୍ସ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୪୧୦ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କ ପାର୍ଟିକୁ ୧୧୬ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ଦଳ ୧୧୧ଟି ଆସନ ପାଇଛନ୍ତି।

ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ସୁନକ କିନ୍ତୁ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଏବଂ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି।

୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ। ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସେ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି। 

Britain King Charles III Keir Starmer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe