Advertisment

ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି

ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।

Arvind Kejriwal

Arvind Kejriwal

Advertisment

ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ଜୋର ଧରିଛି ରାଜନୀତି। ବିଶେଷ କରି ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମ୍ ଆଦମୀ ପାର୍ଟି ଓ ବିଜେପି। ସେପଟେ ସୁଖବୀର ବାଦଲଙ୍କୁ ହତ୍ୟା ଉଦ୍ୟମ ପଛରେ ପଞ୍ଜାବ ଓ ପଞ୍ଜାବୀମାନଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍।

Advertisment

ଦିଲ୍ଲୀ ବିଧାନସଭାରେ ବକ୍ତବ୍ୟ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, 'ଆଜି ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ବାଦଲଙ୍କୁ କେହି ଜଣେ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ହେଲେ ପଞ୍ଜାବ ପୁଲିସର ସତର୍କତା କାରଣରୁ ଏକ ବଡ଼ ଅଘଟଣ ଟଳିଯାଇଛି। ସୁଖବୀର ବାଦଲ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ହେଲେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ପଞ୍ଜାବ ଓ ପଞ୍ଜାବୀ ମାନଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହେଉଛି। ଏବଂ ଏହା ପଛରେ କିଛି ବଡ଼ ଶକ୍ତି କାମ କରୁଛି।'

ତେବେ ଏହି ଘଟଣାରେ ପଞ୍ଜାବ ପୁଲିସର ସାହସିକତା ଓ ସତର୍କତାକୁ ପ୍ରଶଂସା କରି ଏହାକୁ ଦିଲ୍ଲୀ ପୁଲିସ ସହ ତୁଳନା କରିଛନ୍ତି କେଜ୍ରିୱାଲ। ସେ କହିଛନ୍ତି, 'ଦିଲ୍ଲୀରେ ଖୋଲାଖୋଲି ଭାବେ ହତ୍ୟାକାଣ୍ଡ ଘଟୁଛି, ଖୋଲାଖୋଲି ଭାବେ ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହେଉଛି, ପୂରା ରାଜଧାନୀ ଗ୍ୟାଙ୍ଗଷ୍ଟରମାନଙ୍କ କବଜାରେ ରହିଛି। ଚାରିଆଡ଼େ ନିଶାଦ୍ରବ୍ୟ ବିକ୍ରି ହେଉଛି, ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। ହେଲେ ବିଜେପି ଏହି ସବୁ ଘଟଣାରେ ଚୁପ, ଏହାର ଶୀର୍ଷ ନେତାମାନେ କହୁଛନ୍ତି ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ସମସ୍ୟା ନୁହେଁ।'

Advertisment

ଅନ୍ୟପଟେ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛି ବିଜେପି। ସୁଖବୀର ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ମଂଜିଦର ସିଂହ ସିର୍ସା ନିନ୍ଦା କରିବା ସହ ଏହା ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ଏବଂ ପବିତ୍ରତାର ଘୋର ଉଲ୍ଲଂଘନ ବୋଲି କହିଛନ୍ତି। ଏହା ସହିତ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସେ ଆପ୍ ସରକାରକୁ ଦାୟୀ କରିଛନ୍ତି। ସୋଶାଲ ମିଡିଆରେ ସେ ଲେଖିଛନ୍ତି ଯେ ସ୍ୱର୍ଣ୍ଣ ମନ୍ଦିରର ପବିତ୍ର ପରିସରରେ ସୁଖବୀର ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣ କେବଳ ସୁରକ୍ଷା ଅଭାବ ନୁହେଁ ବରଂ ଆମର ଧାର୍ମିକ ଅନୁଷ୍ଠାନର ପବିତ୍ରତାର ଘୋର ଉଲ୍ଲଂଘନ। ନାଗରିକଙ୍କ ସୁରକ୍ଷା ତଥା ପବିତ୍ର ସ୍ଥାନର ସମ୍ମାନ ରକ୍ଷା କରିବାରେ ଆପ୍ ସରକାର ବିଫଳ ହୋଇଛନ୍ତି।

Arvind Kejriwal Bjp Sukhbir Singh Badal AAP Punjab Manjinder Singh Sirsa Attack On Sukhbir Badal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe