Advertisment

କେରଳ ବିଜେପି ମୁଖ୍ୟ କହିଲେ, ବଦଳିବ ସୁଲତାନ ବାଥେରୀର ନାଁ

ମହୀଶୂର ଶାସକ ଟିପୁ ସୁଲତାନଙ୍କ ସହ ସୁଲତାନ ବାଥେରୀ ସହରର ସମ୍ପର୍କ ରହିଛି।

BJP

BJP

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ କେରଳର ୱାୟନାଡରେ ପ୍ରାର୍ଥୀ ହୋଇଥିବା ରାଜ୍ୟ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

ଯଦି ସେ ୱାୟନାଡରେ ବିଜୟୀ ହେବେ, ତା’ହେଲେ ଐତିହାସିକ ସୁଲତାନ ବାଥେରୀ ସହରର ନାଁ ଗଣପତୀ ବାଟ୍ଟମକୁ ପରିବର୍ତ୍ତନ କରିବା ଉପରେ କାମ କରିବେ ବୋଲି ଆଜି କହିଛନ୍ତି। ମହୀଶୂର ଶାସକ ଟିପୁ ସୁଲତାନଙ୍କ ସହ ସୁଲତାନ ବାଥେରୀ ସହରର ସମ୍ପର୍କ ରହିଛି।

ସୁରେନ୍ଦ୍ରନ ଦାବି କରିଛନ୍ତି ଯେ ଟିପୁ ସୁଲତାନ କେରଳ ବିଶେଷ କରି ୱାୟନାଡର ଲକ୍ଷାଧିକ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରିଥିଲେ। ସେ କହିଛନ୍ତି, “ଟିପୁ ସୁଲତାନ କିଏ? ୱାୟନାଡ ଓ ଏହାର ଲୋକଙ୍କ ପାଖରେ ଟିପୁ ସୁଲତାନଙ୍କ ଗୁରୁତ୍ୱ କ’ଣ? ଏହି ସ୍ଥାନ ଗଣପତୀ ବାଟ୍ଟମ ଭାବେ ପରିଚିତ ଥିଲେ। ଲୋକମାନେ ଭଲ ଭାବେ ଏ ବିଷୟରେ ଜାଣିଛନ୍ତି। ସମସ୍ତେ ଏହାକୁ ଗଣପତୀ ଭାଟ୍ଟମ କୁହନ୍ତି।

Advertisment

କିନ୍ତୁ ଏହାର ନାଁ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ଓ ଏଲଡିଏଫ ଏବେ ବି ଟିପୁ ସୁଲତାନଙ୍କ ସହ ରହିଛନ୍ତି। ସେ ଅନେକ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଓ କେରଳ ବିଶେଷ କରି ୱାୟନାଡ ଓ ମାଲାବରର ଲକ୍ଷାଧିକ ହିନ୍ଦୁଙ୍କ ଧର୍ମ ବଦଳାଇଥିଲେ।”

ବିଜେପି ପୂର୍ବ କହି ଆସିଛି ଯେ ଟିପୁ ସୁଲତାନ ଧ୍ରୁବୀକରଣର ଚେହେରା ଥିଲେ ଓ ମନ୍ଦିରଗୁଡ଼ିକୁ ଭାଙ୍ଗିଥିଲେ। କର୍ଣ୍ଣାଟକାରେ ଦଳ ଟିପୁ ଜୟନ୍ତୀକୁ ମଧ୍ୟ ବିରୋଧ କରୁ ଆସୁଛି।

ତେବେ ସୁରେନ୍ଦ୍ରନଙ୍କ ଏପରି ନାଁ ପରିବର୍ତ୍ତନ ବୟାନକୁ ଏଲଡିଏଫ ଓ କଂଗ୍ରେସ ତୀବ୍ର ବିରୋଧ କରିଛନ୍ତି। ଆଇୟୁଏମଏଲର ସାଧାରଣ ସମ୍ପାଦକ କହିଛନ୍ତି, “ଏହା କେରଳ। ଏକଥା ଆପଣ ଭଲ ଭାବେ ଜାଣିଛନ୍ତି। ଏଠାରେ ସେମିତି କିଛି ହେବନି। ସେ କେବେ ହେଲେ ଜିତି ପାରିବେ ନାହିଁ। ତେଣୁ ସେ ନାଁ ବି ବଦଳାଇ ପାରିବେ ନାହିଁ।”

କଂଗ୍ରେସ ବିଧାୟକ ଟି ସିଦ୍ଦିକୀ କହିଛନ୍ତି, କେବଳ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସୁରେନ୍ଦ୍ରନ ଏପରି ବୟାନ ଦେଇଛନ୍ତି।

Bjp Congress Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe