Advertisment

କେରଳ ରାଜ୍ୟପାଳଙ୍କୁ ଦିଆଗଲା Z+ ସୁରକ୍ଷା

ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Kerala Governor Arif Mohammad Khan

Kerala Governor Arif Mohammad Khan

Advertisment

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଦିଆଗଲା Z+ ସୁରକ୍ଷା। ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଗୃହମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ Z+ ସୁରକ୍ଷା ଦେଇଛି। 

Advertisment

କିଛିଦିନ ତଳେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ରାଜ୍ୟପାଳଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ରାଜ୍ୟପାଳ ଏକ କାର୍ଯ୍ୟରେ ଯିବା ସମୟରେ ଛାତ୍ର ନେତା ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ରାସ୍ତାରୋକ କରିଥିଲେ। ଏଥିରେ ରାଜ୍ୟପାଳ ଆରିଫ ରାଗିଯାଇ ଗାଡିରୁ ଓହ୍ଲାଇ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ ବିକ୍ଷୋଭକାରୀଙ୍କୁ ହଟାଇଥିଲା। କିନ୍ତୁ ରାଜ୍ୟପାଳ ଖାନ ଏକ ଦୋକାନରୁ ଚେୟାର ଆଣି ସେହିଠାରେ ହିଁ ବସି ରହିଥିଲେ। ପୁଲିସ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଛି ବୋଲି ରାଜ୍ୟପାଳ ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯିବା ପର୍ଯ୍ୟନ୍ତ ସେ ସେଠାରୁ ହଟିବେ ନାହିଁ ବୋଲି କହିଥିଲେ।

Advertisment

ଏହାପରେ ପୁଲିସ 17 ଜଣ ଯୁବ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାର ଏକ ନକଲ ଦେଖାଇବା ପରେ ସେ ରାସ୍ତାରୁ ହଟିଥିଲେ। କିନ୍ତୁ ପରେ ରାଜ୍ୟପାଳ ଆରିଫଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଏପରି ହେଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଇଛି। 

ଗତ ବର୍ଷ ଡିସେମ୍ବରରେ ମଧ୍ୟ ରାଜ୍ୟପାଳଙ୍କ ସହ ଏପରି ସମାନ ଘଟଣା ଘଟିଥିଲା। ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ହାତ ଥିବା ଅଭିଯୋଗ କରିଥିଲେ ରାଜ୍ୟପାଳ ଆରିଫ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପିନାରାଇ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଗୁଣ୍ଡା ପଠାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଏହା ମୁଖ୍ୟମନ୍ତୀଙ୍କ କାର୍ଯ୍ୟକ୍ରମ ହୋଇଥାନ୍ତା, ତେବେ କଣ ପୁଲିସ ବିକ୍ଷୋଭକାରୀଙ୍କ ଗାଡିକୁ ଯିବାକୁ ଅନୁମତି ଦେଇଥାନ୍ତି। ଭିକ୍ଷୋଭକାରୀ ଆସି ମୋ ଗାଡିକୁ ଧକ୍କା ଦେଲେ। ଆଉ ପୁଲିସ ସେମାନଙ୍କୁ ସେମାନଙ୍କ କାରରେ ପଠାଇଦେଲା ବୋଲି ରାଜ୍ୟପାଳ ଆରିଫ ଅଭିଯୋଗ କରିଥିଲେ।

Kerala Governor SFI Protest Z+ Security
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe