Advertisment

କେରଳ ରାଜ୍ୟପାଳଙ୍କ ସଙ୍ଗୀନ ଅଭିଯୋଗ; ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଗୁଣ୍ଡା ପଠାଇଥିଲେ

ଜାଣିଶୁଣି ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡଯନ୍ତ୍ର କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ଏହି ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟପାଳ।

Kerala Governor Arif Mohammed Khan

Kerala Governor Arif Mohammed Khan

Advertisment

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ଖୋଦ୍ ରାଜ୍ୟପାଳ ଆଣିଛନ୍ତି ଅଭିଯୋଗ। ମୁଖ୍ୟମନ୍ତ୍ରୀ ପିନାରାଇ ମୋତେ ମରିବା ପାଇଁ ଗୁଣ୍ଡା ପଠାଇଥିବା ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଗୁଣ୍ଡାମାନେ ମୋ ଉପରକୁ ଆକ୍ରମଣ କରିଥିବା ମଧ୍ୟ ରାଜ୍ୟପାଳ କହିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ରାଜ୍ୟପାଳ ଆରିଫ ଥିରୁଅନନ୍ତପୁରମ ଏୟାରପୋର୍ଟ ଯିବା ସମୟରେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ(SFI)ର କାର୍ଯ୍ୟକର୍ତ୍ତା ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଏହାପରେ ତୁରନ୍ତ ଗାଡିରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ଆରିଫ କହିଛନ୍ତି, ମୁଖ୍ୟମନ୍ତ୍ରୀ ପିନାରାଇ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କହିଛନ୍ତି। ଗୁଣ୍ଡା ପଠାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ରାଜ୍ୟପାଳଙ୍କ କହିଛନ୍ତି, କିଛି ବିକ୍ଷୋଭକାରୀ ଆସି ମୋ ଗାଡିକୁ ଚତୁର୍ପାଶ୍ୱରେ ଘେରି ଗଲେ। କଳା ପତାକା ଦେଖାଇ ଗାଡିକୁ ଧକ୍କା ଦେଲେ। ଏହା କୌଣସି ଦୁର୍ଘଟଣା ନୁହେଁ। ଜାଣିଶୁଣି ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡଯନ୍ତ୍ର କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ଏହି ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟପାଳ।  

ଏହି ଘଟଣା ପରେ ରାଜ୍ୟପାଳ କ୍ରୋଧିତ ହୋଇ କହିଛନ୍ତି, ଯଦି ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହୋଇଥାନ୍ତା, ତେବେ କଣ ପୁଲିସ ବିକ୍ଷୋଭକାରୀଙ୍କ ଗାଡିକୁ ଯିବାକୁ ଅନୁମତି ଦେଇଥାନ୍ତା? କଣ ପୁଲିସ୍ କେବେ କାହାକୁ ବି ମୁଖ୍ୟମନ୍ତ୍ରୀଙ୍କ କାର୍ ନିକଟକୁ ଯିବାକୁ ଅନୁମତି ଦେଇଥାନ୍ତା? ଭିକ୍ଷୋଭକାରୀ ଆସି ମୋ ଗାଡିକୁ ଧକ୍କା ଦେଲେ। ଆଉ ପୁଲିସ ସେମାନଙ୍କୁ ସେମାନଙ୍କ କାରରେ ପଠାଇଦେଲା। ଟ

ଏହା ମୁଖ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ର। ମୁଁ ସ୍ପଷ୍ଟ ଭାବେ କହୁଛି, ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର କରିଛନ୍ତି ବୋଲି ରାଜ୍ୟପାଳ ଆରିଫ ଅଭିଯୋଗ କରିଛନ୍ତି। ସେପଟେ ରାଜ୍ୟପାଳଙ୍କ ଏପରି ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।  

Kerala Governor Arif Mohammed Khan Pinarayi Vijayan Kerala CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe