Advertisment

‘ସ୍ୱାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି’

ଖାରବେଳ କହିଛନ୍ତି, ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ।

ଅଦ୍ୟତନ ହୋଇଛି
Kharabela Swain

Kharabela Swain

Advertisment

ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି। ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛି। ବାଲେଶ୍ୱରରୁ ଖାରବେଳ ସ୍ୱାଇଁ ଆଶାୟୀ ଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରି ପାରି ନାହାନ୍ତି।

Advertisment

ଏନେଇ ପ୍ରତିକ୍ରିୟା ରଖି ଖାରବେଳ ସ୍ୱାଇଁ କହିଛନ୍ତି,  ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବି। ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

ଖାରବେଳ ଆହୁରି ମଧ୍ୟ କହିଛନ୍ତି, ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ। ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ। ସେପଟେ ଖାରବେଳଙ୍କ ନିଷ୍ପତ୍ତି ସମ୍ପର୍କରେ ବିଜେପିର ପ୍ରତିକ୍ରିୟା ମିଳିନାହିଁ।

Advertisment

ଏଥିସହ କଳାହାଣ୍ଡିରୁ ସାଂସଦ ଟିକେଟ ନମିଳିବା ପରେ ବସନ୍ତ ପଣ୍ଡା ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳର ନିଷ୍ପତ୍ତିକୁ ସ୍ୱାଗତ କରୁଛି । ମୁଁ ବିଜେପିର ଜଣେ କର୍ମୀ, ସବୁ ବେଳେ କର୍ମୀ ହୋଇ ରହିବି। ପାର୍ଟି ଯେତେବେଳେ ଯାହା ଦାୟିତ୍ୱ ଦେଇଛି, ନିଷ୍ଠାର ସହ ନିର୍ବାହ କରିଛି। ପରିବର୍ତ୍ତନ ସଂସାରର ନିୟମ, ସେ ନିୟମରେ ଆମେ ସମସ୍ତେ ବନ୍ଧା।

ସେହିପରି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,  ଓଡ଼ିଶାରେ ଅଣ୍ଡର କରେଣ୍ଟ ଚାଲିଛି। ୧୫ରୁ ଊର୍ଦ୍ଧ୍ୱ ଲୋକସଭା ସିଟ୍‌ ଜିତିବୁ। ଏଥର ନିଶ୍ଚିତ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ପ୍ରାର୍ଥୀ ହୋଇଥିବାରୁ ମୋଦି, ଶାହ, ନଡ୍ଡା, ମନମୋହନଙ୍କୁ ଧନ୍ୟବାଦ ଜଣାଉଛି। ସମସ୍ତଙ୍କର ଆସ୍ଥା ରହିଲା, ୫ ବର୍ଷର କାମ ସେମାନଙ୍କୁ ଭଲ ଲାଗିଲା। ଏ ଟିକେଟ ମୋର ନୁହେଁ, ଭୁବନେଶ୍ୱରବାସୀଙ୍କର, ସେମାନେ ଲଢ଼ିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ଲୋକେ ବହୁତ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କର ନାଁ ନେଉଛନ୍ତି, କିନ୍ତୁ ଶାସନ ଆଉ ଜଣେ କରୁଛନ୍ତି। ୨୫ ବର୍ଷ ବହୁତ ହେଲାଣି, ମୁଖ୍ୟମନ୍ତ୍ରୀ ଆଗକୁ ଆସୁଥିଲେ ଏପରି ହୁଅନ୍ତା ନାହିଁ। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe