ଟିକେଟ ଦେଲାନି ବିଜେପି, ବାଲେଶ୍ୱରରୁ ସ୍ୱାଧୀନ ଳଢିବେ ଖାରବେଳ

  • Published: Monday, 25 March 2024
  • , Updated: 25 March 2024, 02:57 PM IST

ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି। ବାଲେଶ୍ୱର ପାଇଁ ପ୍ରତାପ ଷଡଙ୍ଗୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ବାଲେଶ୍ୱରରୁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଶାୟୀ ଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରି ପାରି ନାହାନ୍ତି। ଏନେଇ ପ୍ରତିକ୍ରିୟା ରଖି ଖାରବେଳ ସ୍ୱାଇଁ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବି। ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

Related story