Advertisment

ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କୁ ‘ମାତାଜୀ’ କହି କଟାକ୍ଷ କଲେ ଖଡଗେ

ଖଡଗେଙ୍କ କହିବା କଥା ଯେ କେନ୍ଦ୍ର ସରକାର ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟରେ କେବଳ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଗୁରୁତ୍ୱ ଦେଇଛନ୍ତି। ଆଉ ସମସ୍ତ ରାଜ୍ୟକୁ ବଜେଟରେ ଅଣଦେଖା କରାଯାଇଛି।

Kharge

Kharge

Advertisment

ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଆଜି ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ସହ ବଜେଟ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ମାତାଜୀ ବୋଲି କହି କଟାକ୍ଷ ମଧ୍ୟ କରିଛନ୍ତି।

Advertisment

ଖଡଗେଙ୍କ କହିବା କଥା ଯେ କେନ୍ଦ୍ର ସରକାର ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟରେ କେବଳ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଗୁରୁତ୍ୱ ଦେଇଛନ୍ତି। ଆଉ ସମସ୍ତ ରାଜ୍ୟକୁ ବଜେଟରେ ଅଣଦେଖା କରାଯାଇଛି। ସେ କେନ୍ଦ୍ରର ବଜେଟକୁ ଖୁର୍ସି ବଚାଓ ବଜେଟ କହି ସମାଲୋଚନା କରିଛନ୍ତି।

ରାଜ୍ୟସଭାରେ ଖଡଗେ କହିଛନ୍ତି, “ଏନଡିଏ ସହଯୋଗୀଙ୍କୁ ଖୁସି କରିବାକୁ କେନ୍ଦ୍ରୀୟ ବଜେଟ ହୋଇଛି। ମୋଦି ସରକାରଙ୍କ ବଜେଟରୁ କୌଣସି ରାଜ୍ୟକୁ କିଛି ମିଳିନି। ଯେଉଁ ସବୁ ରାଜ୍ୟରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନଙ୍କୁ ବଜେଟରୁ କିଛି ମିଳିନି। ସମସ୍ତଙ୍କ ପ୍ଲେଟ ଖାଲି ରହିଛି। କିନ୍ତୁ ଦୁଇ ରାଜ୍ୟର ପ୍ଲେଟରେ ପକଡ଼ା ଓ ଜିଲାପୀ ରହିଛି। ନିଜ ଚୌକିକୁ ବଞ୍ଚାଇବା ପାଇଁ ଏପରି ବଜେଟ ଅଣାଯାଇଛି।”

Advertisment

ଏହା ଶୁଣିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହାର ଜବାବ ରଖିବାକୁ ଖଡଗେ ଅନୁମତି ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏତିକି ବେଳେ ଖଡଗେ କଟାକ୍ଷ କରି କହିଥିଲେ ଯେ “ମୁଁ କହି ଦେଉଛି। ମାତାଜୀ କହିବାରେ ବେଶ ମାହିର। ଏକଥା ମୋତେ ବେଶ ଜଣା।” ରାଜ୍ୟଗୁଡ଼ିକ ମଧ୍ୟରେ ବାଲାନ୍ସ ନ ରହିଲେ ବିକାଶ ଅସମ୍ଭବ ବୋଲି ଖଡଗେ କହିଥିଲେ।

ରାଜ୍ୟସଭା ଅଧ୍ୟକ୍ଷ ଧନକର ଏହାର ଜବାବ ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁମତି ଦେବା କ୍ଷଣି ଖଡଗେଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତଥାପି ସୀତାରମଣ ଜବାବ ରଖିବା ସହ ସବୁ ରାଜ୍ୟର ନାଁ ବଜେଟରେ ନେବା ଅସମ୍ଭବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଯୋଜନା ଓ ପାଣ୍ଠିରୁ ବାଦ ପଡ଼ିବେ।

Nirmala Sitharaman Mallikarjun Kharge Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe