Advertisment

ମୋଦିଙ୍କ ‘୪ ବର୍ଷରେ ୮ କୋଟି’ ଚାକିରି ବୟାନକୁ ମିଛ କହିଲେ ଖଡଗେ

ଦେଶରେ ୪ ବର୍ଷ ମଧ୍ୟରେ ୮ କୋଟି ଚାକିରି ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ମିଛ ଖବର ପ୍ରଚାର କରୁଥିବା ଲୋକଙ୍କୁ ଚୁପ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ କହିଥିଲେ।

author-image
Hemant Lenka
PM Modi

PM Modi

ଦେଶରେ ୪ ବର୍ଷ ମଧ୍ୟରେ ୮ କୋଟି ଚାକିରି ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ମିଛ ଖବର ପ୍ରଚାର କରୁଥିବା ଲୋକଙ୍କୁ ଚୁପ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ କହିଥିଲେ। ମୋଦିଙ୍କ ଏହି ୮ କୋଟି ଚାକିରି ସୃଷ୍ଟି ବୟାନକୁ କଂଗ୍ରେସ ମିଛର ଗନ୍ତାଘର କହି ସମାଲୋଚନା କରାଯାଇଛି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଗତକାଲି ମୁମ୍ବାଇରେ ଚାକିରି ଦେବା ଉପରେ ମିଛର ମାୟାଜାଲ ବୁଣୁଥିଲେ। ଆପଣ ଜାତୀୟ ନିଯୁକ୍ତି ସଂସ୍ଥା(ଏନଆରଏ) ଘୋଷଣା କରିବା ବେଳେ କହିଥିବା କଥାକୁ ମୁଁ ଆପଣଙ୍କ ମନେ ପକାଇ ଦେବାକୁ ଚାହୁଁଛି।

୨୦୨୦ ମସିହା ଅଗଷ୍ଟ ମାସରେ ଆପଣ କହିଥିଲେ ‘ଏନଆରଏ କୋଟିକୋଟି ଯୁବଗୋଷ୍ଠୀଙ୍କ ପାଇଁ ବରଦାନ ସଦୃଶ ହେବ। ଗୋଟିଏ ସାଧାରଣ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଅନେକ ଟେଷ୍ଟର ଆବଶ୍ୟକତାକୁ ପୂର୍ଣ୍ଣ କରିବ। ଏହା ମୂଲ୍ୟବାନ ସମୟ ସହ ସମ୍ବଳରକୁ ମଧ୍ୟ ରକ୍ଷା କରିବ। ଏଥିରେ ପାରଦର୍ଶିତାକୁ ମଧ୍ୟ ବଳ ମିଳିବ।’

Advertisment

ଏବେ ଆମେ ଆପଣଙ୍କୁ ୩ଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ।

୧- ଏନଆରଏ ଗଲା ୪ ବର୍ଷରେ କାହିଁକି ଗୋଟିଏ ହେଲେ ବି ପରୀକ୍ଷା କରିନାହିଁ?

୨- କ’ଣ ଏନଆରଏ ପାଇଁ ୧୫୧୭.୫୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲେ ହେଁ ୪ ବର୍ଷ ମଧ୍ୟ କେବଳ ୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି?

୩- ସରକାରୀ ଚାକିରି ଦେବାକୁ ଏନଆରଏ ଗଠନ କରାଯାଇଥିଲା। କ’ଣ ଜାଣିଶୁଣି ଏନଆରଏକୁ ନିଷ୍କ୍ରିୟ ରଖାଯାଇଛି? ଏପରି କରି ଏସ୍‌ସି, ଏସ୍‌ଟି, ଓବିସି ଓ ଅର୍ଥନୀତିକ ଦୃଷ୍ଟିରୁ ପଛୁଆ ବର୍ଗର ଯୁବକଙ୍କ ସଂରକ୍ଷଣକୁ ଶେଷ କରିବା ପାଇଁ ଏପରି କରାଯାଇଛି?

ଏନଟିଏ ଦ୍ୱାରା ଅନିୟମିତତା, ଦୁର୍ନୀତି ଓ ପେପର ଲିକ କରାଗଲା ଏବଂ ଏନଆରଏ ଦ୍ୱାରା ପରୀକ୍ଷା କରାଗଲା ନାହିଁ। ଶିକ୍ଷା ପ୍ରଣାଳୀକୁ ଧ୍ୱଂସ କରିବା ଓ ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବା ପାଇଁ ବିଜେପି-ଆରଏସ୍‌ଏସ୍‌ ନିଷ୍ପତ୍ତି ନେଇଛନ୍ତି। ଆମେ ପୂର୍ବରୁ ମଧ୍ୟ ଏନଆରଏ ପ୍ରସଙ୍ଗ ଉଠାଇଥିଲୁ। କିନ୍ତୁ ମୋଦି ସରକାର ଏ ପ୍ରସଙ୍ଗରେ କେବଳ ମୌନବ୍ରତ କରି ବସିଛି।”

PM Modi Mallikarjun Kharge