Advertisment

ମହିଳା ସଂରକ୍ଷଣ ବିଲ୍‌: କବିରଙ୍କ କବିତା କଥା କହି ବିଜେପିକୁ ଟାର୍ଗେଟ କଲେ ଖଡଗେ

ମହିଳା ସଂରକ୍ଷଣ ବିଲ୍‌ ଏବେ ଆସିଥିଲେ ହେଁ ଏହା ୨୦୨୯ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନାହିଁ।

Kharge

Kharge

Advertisment

ଲୋକସଭାରେ ପାରିତ ହୋଇସାରିଥିବା ଐତିହାସିକ ମହିଳା ସଂରକ୍ଷଣ ବିଲ ବା ନାରା ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଆଜି ରାଜ୍ୟସଭାରେ ବିତର୍କ ଚାଲିଛି। ଏହି ଆଲୋଚନା ବେଳେ ରାଜ୍ୟସଭାରେ କବିତା ଶୁଣିବାକୁ ମିଳିଛି।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରସିଦ୍ଧ କବି କବିରଙ୍କ ଚର୍ଚ୍ଚିତ ‘କାଲ କରେ ସୋ ଆଜ କର’ କଥା କହି ବିଜେପିକୁ ଟାର୍ଗେଟ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ଏବେ ଆସିଥିଲେ ହେଁ ଏହା ୨୦୨୯ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନାହିଁ। ତେଣୁ ଏହାକୁ ଆଧାର କରି ଖଡଗେ ଆଜି ବିଜେପିକୁ ରାଜ୍ୟସଭାରେ ସମାଲୋଚନା କରିଛନ୍ତି।

ଖଡଗେ କହିଛନ୍ତି, “ଏହି ବିଲ୍‌ରେ ସଂଶୋଧନ କରିବା ଆଦୌ କଷ୍ଟକର ନୁହେଁ। ଆପଣ(ସରକାର) ଏହାକୁ ଏବେ କରିପାରିବେ। କିନ୍ତୁ ଏହାକୁ ୨୦୩୧ ଯାଏ ସ୍ଥଗିତ କରି ରଖାଯାଉଛି। ଏହାର ଅର୍ଥ କ’ଣ? ପଞ୍ଚାୟତ ନିର୍ବାଚନ ଓ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ କେବେ କରାଯିବ? ସେଠାରେ କାହିଁକି ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହେଉ ନାହିଁ?

Advertisment

ଆଜି ହିଁ ଏସବୁ କରନ୍ତୁ। ମୁଁ ଆପଣଙ୍କୁ କବିରଙ୍କ କବିତା କହୁଛି- କାଲି କରିବାର ଅଛି ଯଦି ଆଜି କର, ଆଜି କରିବାର ଅଛି ଯଦି ଏବେ।” ଏହା ଶୁଣି ରାଜ୍ୟସଭାରେ ବେଶ ହଟ୍ଟଗୋଳ ହୋଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ହାତ ଦେଖାଇ ଖଡଗେଙ୍କୁ ନିଜ ଆସନରେ ବସିବାକୁ ମଧ୍ୟ କହିଥିଲେ। ତଥାପି କଂଗ୍ରେସ ନେତାମାନେ ମହିଳା ସଂରକ୍ଷଣ ବିଲ୍‌ରେ ସଂଶୋଧନ ଓ ତୁରନ୍ତ ଲାଗୁ କରିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଖଡଗେ କହିଥିଲେ, “ଆପଣ ଏବେ କରନ୍ତୁ। ଆଜି ହିଁ କରନ୍ତୁ। ଆମେ ପ୍ରସ୍ତୁତ ଅଛୁ। ଏହା ଆଦୌ ଆଇନ ବିରୋଧୀ ନୁହେଁ।”

Congress Women Empowerment Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe