Advertisment

ବିରୋଧୀ ଦଳଗୁଡ଼ିକୁ ଚିଠି ଲେଖିଥିଲେ ଅମିତ ଶାହ, ଜବାବ ଦେଲେ ଖଡଗେ

କଥା ଓ କାମରେ ସରକାର ଦୋମୁହାଁ ନୀତି ଆପଣାଉଥିବା ସେ ଅଭିଯୋଗ କରିଛନ୍ତି।

author-image
Hemant Lenka
Kharge

Kharge

ଚିଠି ଦ୍ୱାରା ନିଜର ଭାବନାକୁ ପ୍ରକାଶ କରିବା ବେଶ ସହଜ। କିନ୍ତୁ ଏନଡିଏ ନିଜର ଆଚରଣ ଦ୍ୱାରା ବିରୋଧୀଙ୍କ ବିଶ୍ୱାସ ଜିତିବା ଦରକାର ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି।

Advertisment

ଏହାର ସମାଧାନ ସହ ପୂରା ପ୍ରସଙ୍ଗ ଉପରେ ବିତର୍କ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖିଥିଲେ। ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଥିବା ଶ୍ରୀ ଶାହ ଚିଠିରେ ପୁଣି କହିଥିଲେ।

ଏହାର ଜବାବ ଆଜି ଖଡଗେ ଚିଠି ମାଧ୍ୟମରେ ଦେଇଛନ୍ତି। କଥା ଓ କାମରେ ସରକାର ଦୋମୁହାଁ ନୀତି ଆପଣାଉଥିବା ସେ ଅଭିଯୋଗ କରିଛନ୍ତି। ଖଡଗେ କହିଛନ୍ତି, “ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରୁଛନ୍ତି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଚିଠି ଲେଖି ବିରୋଧୀଙ୍କ ସହଯୋଗ ମାଗୁଛନ୍ତି।

Advertisment

ସରକାର ଓ ବିରୋଧୀଙ୍କ ମଧ୍ୟରେ ଦୂରତା ବର୍ଷବର୍ଷ ଧରି ରହିଛି। କିନ୍ତୁ ଏବେ ଆମେ ସରକାର ଭିତରେ ମଧ୍ୟ ଦୂରତା ଥିବା ଦେଖିବାକୁ ପାଉଛୁ। ଇ.ଣ୍ଡି.ଆକୁ ପ୍ରଧାନମନ୍ତ୍ରୀ ମୋଦି ଦିଗହୀନ କହିବା ଦୁର୍ଭାଗ୍ୟଜନକ।

ଚିଠିରେ ଗୋଟିଏ କଥା କୁହାଯାଇଥିବା ବେଳେ ଗୃହରେ ପ୍ରଦର୍ଶନ କରାଯାଉଥିବା ଆଚରଣ ଭିନ୍ନ। ଏପରି ଆଭିମୁଖ୍ୟ ନୂଆ ନୁହେଁ। ଗୋଟିଏ ଛୋଟିଆ ଘଟଣାକୁ ବଡ଼ କରି କିଛି ସଦସ୍ୟଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଉଛି। ସବୁ ମୁଲତବୀ ପରେ ବିରୋଧୀ ଦଳଗୁଡ଼ିକ ଗୃହରେ ଏକାଠି ହେଉଛନ୍ତି। ଆଶା କରୁଛନ୍ତି ଗୃହ ଏଥର ଠିକ ଭାବେ ଚାଲିବ। କିନ୍ତୁ ଏଯାଏ କେବଳ ନିରାଶ ଭାବ ହିଁ ଦେଖାଯାଇଛି।”

ଖଡଗେ ତାଙ୍କ ଚିଠିରେ ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବା ଦିଗରେ ସବୁ ରାଜନୀତିକ ଦଳଗୁଡ଼ିକ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ଗୃହରେ ବିବୃତି ରଖନ୍ତୁ ଓ ଏହାପରେ ବିତର୍କ ହେବ ବୋଲି ସେ କହିଛନ୍ତି।

Amit Shah Parliament Mallikarjun Kharge