Advertisment

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷୋଭ ଜଣାଇଲେ ଖଡଗେ, କହିଲେ- ଦୟା କରି ଆମକୁ ସମୟ ଦିଅନ୍ତୁ

ଗୃହ କାର୍ଯ୍ୟର ସିଧାପ୍ରସାରଣ ପାଇଁ ବ୍ୟବହାର ହେଉଥିବା କ୍ୟାମେରା ସରକାରୀ ଦଳ ଭଳି ବିରୋଧୀ ସାଂସଦମାନେ କହିବା ବେଳେ ସେମାନଙ୍କ ଉପରେ ମଧ୍ୟ ସମାନ ଭାବେ ଫୋକସ କରିବା ଦରକାର ବୋଲି ଖଡଗେ ଅନୁରୋଧ କରିଛନ୍ତି।

author-image
Hemant Lenka
Kharge

Kharge

କଂଗ୍ରେସ ମୁଖିଆ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ଗୃହରେ ଉପଯୁକ୍ତ ସମୟ ମିଳୁ ନାହିଁ।

Advertisment

ଏଥିସହ ଗୃହ କାର୍ଯ୍ୟର ସିଧାପ୍ରସାରଣ ପାଇଁ ବ୍ୟବହାର ହେଉଥିବା କ୍ୟାମେରା ସରକାରୀ ଦଳ ଭଳି ବିରୋଧୀ ସାଂସଦମାନେ କହିବା ବେଳେ ସେମାନଙ୍କ ଉପରେ ମଧ୍ୟ ସମାନ ଭାବେ ଫୋକସ କରିବା ଦରକାର ବୋଲି ଖଡଗେ ଅନୁରୋଧ କରିଛନ୍ତି।

ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦନିରେ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଖଡଗେ କହିଛନ୍ତି ଯେ “ଆମେ ବାହାରେ ଆମର ପକ୍ଷ ରଖିବାକୁ ସୁଯୋଗ ପାଉନୁ। ଆମେ ଏଠାରେ ପକ୍ଷ ରଖିବାକୁ ଚାହୁଁଛୁ। ତେଣୁ ଦୟା କରି ଆମକୁ ସମୟ ଦିଅନ୍ତୁ। ସବୁ ସାଂସଦ ସେମାନଙ୍କ ମତ ରଖିବାକୁ ସ୍ୱାଧୀନତା ପାଇଛି। ସେ ବୟାନ ଦେଉଥିବା ବେଳେ ଭୁଲ ବି ଯଦି କହୁଛନ୍ତି, ତା’ହେଲେ ବି ସମୟ ମିଳିବା ଉଚିତ।

Advertisment

ମୋର ଛୋଟ ଭୁଲ ପାଇଁ, ଆପଣ ମୋତେ ବହୁତ ବଡ଼ ଦଣ୍ଡ ଦେଇଥିଲେ। ସେମାନେ(ବିଜେପି ସାଂସଦ) ବଡ଼ ବଡ଼ ଭୁଲ କରୁଛନ୍ତି, ପୂରା ଦେଶ ଏହାକୁ ଦେଖୁଛି। କିନ୍ତୁ ଆପଣ ସବୁ କିଛି କ୍ଷମା କରି ଦେଉଛନ୍ତି। ଆପଣ ଦୁଇ ପକ୍ଷଙ୍କୁ ସମାନ ଭାବେ ବିବେଚନା କରନ୍ତୁ ବୋଲି ଅନୁରୋଧ କରୁଛି। ଏଠାରେ ରେକର୍ଡ ହେଉଥିବା କଥା ବାହାରକୁ ମଧ୍ୟ ବାର୍ତ୍ତା ଦେଉଛି।

ଲୋକଙ୍କ କଥା ଏଠାରେ ଆଲୋଚନା ହେବା କଥା। ଆପଣ ଆମ ଅଭିଭାବକ। ଯଦି ଆମ ସହ କିଛି ଅନ୍ୟାୟ ହେବ, ତା’ହେଲେ ଆପଣ ଏକମାତ୍ର ଲୋକ ଯିଏ ଆମକୁ ସୁରକ୍ଷା ଦେବା କଥା। ଆମର ସଂଖ୍ୟା ବହୁତ କମ। ଯଦି ସେମାନେ(ବିଜେପି ସମେତ ଏନଡିଏ ସାଂସଦ) ଆମକୁ ଆକ୍ରମଣ କରିବେ, ତା’ହେଲେ ଆମେ ଆପଣଙ୍କ ପାଖକୁ ହିଁ ଆସିବୁ।” ଖଡଗେ ହସି ହସ ଏମିତି କହିଥିବା ବେଳେ ଧନକର ମଧ୍ୟ ସ୍ମିତ ହାସ୍ୟ ଦେଥିଲେ।

ମଣିପୁର ହିଂସା କଥା ଉଠାଇ ଖଡଗେ କହିଥିଲେ ଯେ ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଅନେକ ଚେଷ୍ଟା କରିଥିଲେ। ଧନକର ଏହାର ଜବାବରେ କହିଥିଲେ ଯେ ସେ ମଧ୍ୟ ଗୃହରେ ମଣିପୁର ଉପରେ ବିତର୍କ ହେବାକୁ ଚାହୁଁଥିଲେ। ଏହା ଶୁଣି ଖଡଗେ କହିଥିଲେ, “ସମସ୍ୟା ହେଉଛି ଯେ ପ୍ରଧାନମନ୍ତ୍ରୀ ଆପଣଙ୍କ କଥା ମଧ୍ୟ ଶୁଣିଲେ ନାହିଁ। ଆମେ ଆପଣଙ୍କୁ ଦେଖିଲା ବେଳକୁ ଆପଣ ବିଜେପି ଆଡ଼କୁ ଚାହୁଁଛନ୍ତି।” ଏହାକୁ କାଉଣ୍ଟର କରି ଧନକର କହିଥିଲେ, “ମୁଁ ଦୁର୍ବଳ ନୁହେଁ, ମୁଁ ଦୃଢ଼।”

ରାଜ୍ୟସଭାରେ ଖଡଗେ ଆହୁରି କହିଛନ୍ତି, “ଯଦି ଆପଣ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତା’ହେଲେ ପରିସ୍ଥିତିକୁ ବଦଳାନ୍ତୁ। ଏପରି ନାଁ ବଦଳାଇବାରେ  କ’ଣ ଅଛି?

ଯଦି କିଛି ଦବାର ଅଛି, ତା’ହେଲେ ଯୁବଗୋଷ୍ଠୀଙ୍କୁ ଚାକିରି ଦିଅନ୍ତୁ। ସମସ୍ତଙ୍କୁ ବେକାରୀ ରଖିଲେ କ’ଣ ହେବ?

ଆପଣ ନିଜର ହୃଦୟକୁ ଟିକିଏ ବଡ଼ କରନ୍ତୁ। ଲୋକଙ୍କୁ ହତ୍ୟା କଲେ କ’ଣ ହେବ?

ଯଦି କିଛି କରିପାରୁ ନାହାନ୍ତି, ତା’ହେଲେ ଆସନ ଛାଡ଼ନ୍ତୁ। କଥା କଥାରେ ଡରାଇବାରେ କ’ଣ  ଅଛି?”

Jagdeep Dhankar Mallikarjun Kharge Rajya Sabha