Advertisment

ମୋଦିଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ

ଶନିବାର ଇଣ୍ଡିଆ ବ୍ଲକର ନେତାମାନେ ଶପଥପାଠ ଉତ୍ସବ ପାଇଁ ନିମନ୍ତ୍ରଣ ପାଇ ନଥିବା କହିଥିଲେ। ଏପରି ଅଭିଯୋଗ ଆସିବାର କିଛି ଘଣ୍ଟା ପରେ ଖଡଗେଙ୍କ ପାଖରେ ନିମନ୍ତ୍ରଣପତ୍ର ପହଞ୍ଚିଥିଲା।

author-image
Hemant Lenka
Kharge

Kharge

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବେ। ଆଜି ସନ୍ଧ୍ୟା ୭.୧୫ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

Advertisment

ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୯ ହଜାରରୁ ଅଧିକ ଅତିଥି ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ ଖଡଗେଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଥିଲା। ସେ ନିମନ୍ତ୍ରଣ ପାଇବା ପରେ ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।

ଶନିବାର ରାତିରେ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ଖଡଗେଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ଏହାପରେ ଖଡଗେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବକୁ ଯିବା ପାଇଁ ରାଜି ହୋଇଛନ୍ତି। 

Advertisment

ଶନିବାର ଇଣ୍ଡିଆ ବ୍ଲକର ନେତାମାନେ ଶପଥପାଠ ଉତ୍ସବ ପାଇଁ ନିମନ୍ତ୍ରଣ ପାଇ ନଥିବା କହିଥିଲେ। ଏପରି ଅଭିଯୋଗ ଆସିବାର କିଛି ଘଣ୍ଟା ପରେ ଖଡଗେଙ୍କ ପାଖରେ ନିମନ୍ତ୍ରଣପତ୍ର ପହଞ୍ଚିଥିଲା।

କେସି ଭେନୁଗୋପାଲ ଶନିବାର ଅପରାହ୍ନରେ କହିଥିଲେ ଯେ “ଏଯାଏ ଆମ ପାଖକୁ ସରକାରଙ୍କ ପାଖକୁ କୌଣସି ସୂଚନା ଆସିନାହିଁ। ଆମକୁ କୌଣସି ପ୍ରକାରର ନିମନ୍ତ୍ରଣ ମିଳିନି। ବିଦେଶୀ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଦେଶର ପ୍ରମୁଖ ବିରୋଧୀ ଦଳ ଓ ଇଣ୍ଡିଆ ବ୍ଲକର ନେତୃବୃନ୍ଦଙ୍କୁ ଡକା ଯାଇ ନାହିଁ। ସରକାରଙ୍କ ମାନସିକତା କ’ଣ ଆମେ ଜାଣିନୁ।”

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ନିମନ୍ତ୍ରଣ ପାଇ ନଥିବା କହିଥିଲେ। ଏଥିସହ ସେ ଶପଥ ପାଠ ଉତ୍ସବରେ ମଧ୍ୟ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

Congress PM Modi Mallikarjun Kharge