Advertisment

ସୋଶାଲ ମିଡିଆ ପୋଷ୍ଟ ପାଇଁ ଘର ଖାଲିବାକୁ ନୋଟିସ ପାଇଲେ ମଣିଶଙ୍କର ଆୟର ଓ ତାଙ୍କ ଝିଅ

Resident's Welfare Association (RWA) ପକ୍ଷରୁ ସେମାନଙ୍କୁ ଏପରି ନୋଟିସ ପଠାଯାଇଛି।

author-image
Hemant Lenka
Congress

Congress

କଂଗ୍ରେସ ନେତା ମଣିଶଙ୍କର ଆୟର ଓ ତାଙ୍କ ଝିଅ ସୂର୍ଣ୍ଣୟା ଆୟରଙ୍କୁ ଦିଲ୍ଲୀର ଜଙ୍ଗପୁରା ସ୍ଥିତ ଘର ଖାଲିବାକୁ ଆସିଛି ନୋଟିସ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସୂର୍ଣ୍ଣୟା କରିଥିବା ସୋଶାଲ ମିଡିଆ ପୋଷ୍ଟ ପାଇଁ ସେମାନଙ୍କୁ ଏପରି ନୋଟିସ କରାଯାଇଛି।

Advertisment

Resident's Welfare Association (RWA) ପକ୍ଷରୁ ସେମାନଙ୍କୁ ଏପରି ନୋଟିସ ପଠାଯାଇଛି। ଏଠାରେ ରହୁଥିବା ଅନ୍ୟ ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇ ଶାନ୍ତି ଭଙ୍ଗ କରିବା ଭଳି କାର୍ଯ୍ୟରେ ଲିପ୍ତ ନ ହେବାକୁ ବାପ-ଝିଅଙ୍କୁ ମଧ୍ୟ RWA ନୋଟିସରେ କହିଛି।

ନୋଟିସରେ RWA କହିଛି ଯେ “କୋଲନୀର ଶାନ୍ତି ଭଙ୍ଗ କରିବା କିମ୍ବା ଅନ୍ୟମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରିବା ଘଟଣାକୁ ଆମେ ଆଦୌ ଗ୍ରହଣ କରୁନାହୁଁ। ଅଯୋଧ୍ୟାରେ ରାମ ମନ୍ଦିରରେ ହୋଇଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆପଣ ବିରୋଧ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଯଦି ଆପଣ ଏପରି କରିଛନ୍ତି, ତା’ହେଲେ ଆମେ ଆପଣଙ୍କୁ ଏଠାରୁ ଅନ୍ୟ କୌଣସି କଲୋନୀକୁ ଚାଲି ଯିବା ପାଇଁ ଅନୁରୋଧ କରୁଛୁ। ଯେଉଁ କୋଲନୀରେ ଏପରି ଘୃଣା ଭାବକୁ ଆଖି ବୁଜି ଲୋକେ ସହି ଯାଉଥିବେ, ଆପଣ ସେଠାରୁ ଚାଲି ଯାଆନ୍ତୁ।”

Advertisment

ଜାନୁଆରୀ ୨୦ରେ ସୂର୍ଣ୍ଣୟା ଆୟର ନିଜର ଫେସବକୁରେ ପୋଷ୍ଟ କରି କହିଥିଲେ ଯେ ସେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିରୋଧ କରି ଉପବାସ କରିଛନ୍ତି। ମୁସଲିମ ଲୋକଙ୍କ ପ୍ରେମ ଓ ଦୁଃଖକୁ ସମର୍ଥନ କରି ସେ ଏପରି କରିଥିବା କହିଥିଲେ।

ଏହାର ଜବାବରେ RWA କହିଛି ଯେ ସୂର୍ଣ୍ଣୟା ସୋଶାଲ ମିଡିଆରେ ଯାହା କହିଛନ୍ତି, ତାହା କେବେ ହେଲେ ଜଣେ ଶିକ୍ଷିତ ଲୋକ କହିପାରିବ ନାହିଁ। ରାମ ମନ୍ଦିର ୫୦୦ ବର୍ଷ ପରେ ନିର୍ମାଣ ହୋଇଛି। ସେହିପରି ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କ ନିର୍ଦ୍ଦେଶ ପରେ ଏହା ନିର୍ମାଣ କରାଯାଇଛି ବୋଲି ସମସ୍ତେ ବୁଝିବା ଦରକାର।

ଆପଣ ବାକ ସ୍ୱାଧୀନତା କଥା କହି ପାରନ୍ତି। କିନ୍ତୁ ସୁପ୍ରିମକୋର୍ଟ ବାକ ସ୍ୱାଧୀନତା ଉପରେ କହିଥିବା କଥାକୁ ମଧ୍ୟ ମନେ ରଖନ୍ତୁ। ମଣିଶଙ୍କର ଆୟର ଏପରି ପୋଷ୍ଟକୁ ନିନ୍ଦା କରନ୍ତୁ। ନଚେତ ଘର ଖାଲି କରି ଦିଅନ୍ତୁ। ଆୟର ପରିବାର ଲୋକଙ୍କୁ ଉସକାଇବାକୁ ଚେଷ୍ଟା ନ କରନ୍ତୁ ବୋଲି RWA ପକ୍ଷରୁ ଅନୁରୋଧ କରାଯାଇଛି।

Congress Ayodhya Ram Mandir Ram Mandir