Advertisment

₹୫,୦୦୦ କୋଟିର ନିଶାଦ୍ରବ୍ୟ ଜବତ ମାମଲା, ଗିରଫ କିଙ୍ଗପିନ୍ କଂଗ୍ରେସର ପୂର୍ବତନ କର୍ମୀ

କୋକେନ ପଠାଇବା ପଛରେ ଦୁବାଇର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ସମ୍ପୃକ୍ତି ରହିଛି।

author-image
Debibandita Barick
Tushar Goyal

Tushar Goyal

ଦିଲ୍ଲୀରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ଘଟଣାର କିଙ୍ଗପିନ ଜଣେ କଂଗ୍ରେସର ପୂର୍ବତନ କର୍ମୀ। ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲ କଂଗ୍ରେସର ଜଣେ ପୂର୍ବତନ କର୍ମୀ ଥିବା ସ୍ୱୀକାର କରିଛନ୍ତି। ଗତକାଲି 5 ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିଶାଦ୍ରବ୍ୟ ଜବତ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। 

Advertisment

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀ ପୁଲିସ ଏକ ବଡ଼ଧରଣର ଚଢାଉ କରିଥିଲା। ଏଥିରେ 500 କିଲୋଗ୍ରାମର କୋକେନ ସହ 40 କିଲୋଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଥିଲା। ଜବତ ନିଶାଦ୍ରବ୍ୟର ମୂଲ୍ୟ 5 ହଜାର 600 କୋଟି ଟଙ୍କା ହେବ।

ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ତୁଷାର ଗୋଏଲଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପଚରା ଉଚରା ସମୟରେ ସେ 2022 ପର୍ଯ୍ୟନ୍ତ ଦିଲ୍ଲୀ ପ୍ରଦେଶ କଂଗ୍ରେସ RTI ସେଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା କହିଛନ୍ତି।

Advertisment

ସେ ଛଦ୍ମନାମ ଡିକି ଗୋୟଲ ନାଁରେ ଖୋଲିଥିବା ଆକାଉଣ୍ଟରେ ବହୁ ବିଶିଷ୍ଟ କଂଗ୍ରେସ ନେତାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ଗୋୟଲ ଲୋକସଭା ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ଏବଂ ହରିୟାଣା ୟୁନିଟ ମୁଖ୍ୟ ଉଦୟ ଭାନଙ୍କ ସମେତ କଂଗ୍ରେସର ବହୁ ବିଶିଷ୍ଟ ନେତାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

ଏଥିସହ ସେ ଦଳରୁ ଇସ୍ତଫା ଦେବା ପୂର୍ବରୁ ହରିୟାଣା ବିଜେପି ନେତା ଅନିଲ ଜୈନ ଏବଂ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି। 

ସେ ଛଦ୍ମନାମ ଡିକି ଗୋୟଲ ନାଁରେ ଖୋଲିଥିବା ଆକାଉଣ୍ଟରେ ବହୁ ବିଶିଷ୍ଟ କଂଗ୍ରେସ ନେତାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ଗୋୟଲ ଲୋକସଭା ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ଏବଂ ହରିୟାଣା ୟୁନିଟ ମୁଖ୍ୟ ଉଦୟ ଭାନଙ୍କ ସମେତ କଂଗ୍ରେସର ବହୁ ବିଶିଷ୍ଟ ନେତାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

ଏହି ମାମଲାରେ ଗୋୟଲଙ୍କ ସମେତ ହିମାଂଶୁ କୁମାର, ଔରଙ୍ଗଜେବ ସିଦ୍ଦିକି ଏବଂ ଭରତ କୁମାର ଜୈନଙ୍କୁ ପୁଲିସ ଗିରଫ କରିଛି। ଏମାନେ ବିଭିନ୍ନ ରାଜ୍ୟରୁ ସଡ଼କ ପଥ ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲଣ କରୁଥିଲେ। ତେବେ ଏହି ଗଞ୍ଜେଇ ଥାଇଲାଣ୍ଡ ଫୁକେଟରୁ ଆସିଥିଲା। ଏମାନେ ଚତୁରତରା ସହ କ୍ରିପ୍ଟୋକରେନ୍ସି ଜରିଆରେ କାରବାର କରୁଥିବା ପୁଲିସ କହିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କୋକେନ ପଠାଇବା ପଛରେ ଦୁବାଇର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ସମ୍ପୃକ୍ତି ରହିଛି। ଏହି ସିଣ୍ଡିକେଟ ପଛରେ ଆଉ କାହାର ହାତ ଅଛି, ସେନେଇ ଖୋଳତାଡ଼ କରୁଛି ପୁଲିସ।

Delhi Police Drug Seized Delhi Drug Racket