Advertisment

ଟିଏମସିର ସାଂଘାତିକ ଅଭିଯୋଗ: ଲୋକସଭାରେ ମହିଳା ସାଂସଦଙ୍କୁ ଧକ୍କା ମାରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

ସଂସଦରେ ବିକ୍ଷୋଭ କରୁଥିବା ୨ ଜଣ ମହିଳା ସାଂସଦକୁ କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଓ ରବନୀତ ସିଂହ ବିଟ୍ଟୁ ଧକ୍କା ମାରି ଦୁର୍ବ୍ୟବହାର କରିଥିବା ଶ୍ରୀ ବାନାର୍ଜୀ କହିଛନ୍ତି।

TMC

TMC

Advertisment

ଲୋକସଭାରେ ଦେଖିବାକୁ ମିଳିଛି ହାଇଡ୍ରାମା। ବିରୋଧୀଙ୍କ ହୋ-ହାଲ୍ଲା ନାରାବାଜୀ ଭିତରେ ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ ହୋଇଛି। ବିରୋଧୀଙ୍କ ବିରୋଧ ଯୋଗୁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ସମୀକ୍ଷା ପାଇଁ ପଠାଯାଇଛି। ହେଲେ ଏହି ବିଲକୁ ନେଇ ଗୃହରେ ବଡ଼ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ।

Advertisment

ସଂସଦରେ ବିକ୍ଷୋଭ କରୁଥିବା ୨ ଜଣ ମହିଳା ସାଂସଦକୁ କେନ୍ଦ୍ରମନ୍ତ୍ରୀ କରିଣ ରିଜିଜୁ ଓ ରବନୀତ ସିଂହ ବିଟ୍ଟୁ ଧକ୍କା ମାରି ଦୁର୍ବ୍ୟବହାର କରିଥିବା ଶ୍ରୀ ବାନାର୍ଜୀ କହିଛନ୍ତି। ସମ୍ବିଧାନ ସଂଶୋଧନ ବିଲକୁ ବିରୋଧ କରି ବିକ୍ଷୋଭ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏହାକୁ କେନ୍ଦ୍ର କରି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଟିଏମସି। କଲ୍ୟାଣ ବାନାର୍ଜୀ କହିଛନ୍ତି, “ଗୃହର ମଧ୍ୟରେ ଟିଏମସି ପ୍ରଥମେ ରହିଥିଲା। ସେଠାରେ କେହି ନଥିଲେ। ବହୁ ବିଳମ୍ବରେ କଂଗ୍ରେସ, ଡିଏମକେ ଓ ଅନ୍ୟ ଦଳର ସାଂସଦ ଆସିଥିଲେ। ତେଣୁ ଯାହା ଆବଶ୍ୟକ ଆମେ ସବୁ କରିଛୁ।

ଆମେ ବିଲ ବିରୋଧରେ ନାରାବାଜୀ କରୁଥିବା ବେଳେ ବିଟ୍ଟୁ ଓ କିରଣ ରିଜିଜୁ ଆସିଥିଲେ। ସେମାନେ ଆମର ଦୁଇ ଜଣ ମହିଳା ସାଂସଦ-ଶତାବ୍ଦୀ ରୟ ଓ ମିତାଲିଙ୍କୁ ମାଡ଼ ମାରିଥିଲେ। ସେମାନେ ମହିଳା ସାଂସଦଙ୍କୁ ଧକ୍କା ଦେଇଥିଲେ। ବିଲ ପାଇଁ ବିଟ୍ଟୁ ଏଭଳି ଦୁର୍ବ୍ୟବହାର କରିବେ? କିରଣ ରିଜିଜୁ ଧକ୍କା ମାରିବେ? ଆମେ ଏହାକୁ ଆଉ ଗ୍ରହଣ କରିବୁ ନାହିଁ। ବିଟ୍ଟୁ ଜଣେ ମନ୍ତ୍ରୀ। ସେ ଇସ୍ତଫା ଦେବା ଜରୁରୀ। ସେମାନେ ମହିଳାମାନଙ୍କୁ ମାଡ଼ ମାରୁଛନ୍ତି।”

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୩ଟି ବିଲ ଉପସ୍ଥାପନ କରିଥିବା ବେଳେ ଏହା ଅସାମ୍ବିଧାନିକ କହିଛନ୍ତି ବିରୋଧୀ। ସମ୍ବିଧାନ ସଂଶୋଧନ ବିଲର କପିକୁ ବିରୋଧୀ ଚିରି ଶ୍ରୀ ଶାହଙ୍କ ଉପରକୁ ଫିଙ୍ଗିଛନ୍ତି।

କପି ଚିରିବା ପ୍ରସଙ୍ଗରେ କଲ୍ୟାଣ ବାନାର୍ଜୀ କହିଛନ୍ତି, “ଯଦି ଆମର ଜଣେ ସଦସ୍ୟ ବିଲ ଚିରି ଦେଲେ ତ କ’ଣ ହେଲା? ଏହି ବିଲ ସମ୍ବିଧାନ ବିରୋଧୀ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ସମ୍ଭବ କି? ଏପରି ଆଉ କେଉଁଠି ହେଉଛି? ଇଡି ଓ ସିବିଆଇ କେସ ଫାଇଲ କରିବେ ବୋଲି ଥରେ ଭାବନ୍ତୁ। ସମସ୍ତେ ଜାଣିଛନ୍ତି ସେମାନେ ମିଛ ମାମଲା କରନ୍ତି। ମାତ୍ର ୦.୫ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ଅସମ୍ବିଧାନିକ ହୋଇଥିବାରୁ ଆମେ ବିରୋଧ କରୁଛୁ।”

Lok Sabha TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe