vt
ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ବରୀ ନିବର୍ବାଚନ ମଣ୍ଡଳୀରୁ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ମିଳିଛି ବିଜେଡି ଟିକଟ । ବିଧାୟକ ଦେବାଶିଷ ନାୟକଙ୍କୁ ବାଦଦେଇ ଏଥର ହାଇ କମାଣ୍ଡ ସୁନନ୍ଦାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଦେବାଶିଷଙ୍କ ଘୋର ବିରୋଧି କୁହାଯାଉଥିବା ସୁନନ୍ଦା ଗତ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବିଶ୍ଵ ମଲିକଙ୍କ ସଙ୍ଗଠନରେ ରହି କାମ କରୁଥିଲେ ।
ଗତ ପଞ୍ଚାୟତ ନିର୍ବାଚନରେ ବିଶ୍ଵଙ୍କ ନେତୃତ୍ୱରେ ସ୍ୱାଧୀନ ଭାବେ ସମିତି ସଭ୍ୟା ନିର୍ବାଚିତ ହୋଇ ବରୀ ବ୍ଲକର ଅଧ୍ୟକ୍ଷା ହୋଇଥିଲେ ସୁନନ୍ଦା । ଏହା ଫଳରେ ବରୀ ବ୍ଲକ ସ୍ୱାଧୀନ ପ୍ରାର୍ଥୀ ବିଶ୍ଵଙ୍କ କବଜାରେ ରହିଥିଲା । ପରେ ବିଶ୍ଵ ବିଜେପିରେ ଯୋଗଦେବା ସମୟରେ ଅଧ୍ୟକ୍ଷା ସମେତ ସମସ୍ତ ସମିତି ସଭ୍ୟ ବିଜେପିରେ ଯୋଗଦେଇଥିଲେ।
ବରୀ ବ୍ଲକକୁ ବିଜେପି ଦଖଲ କରିଥିଲା । ତେବେ ବିଶ୍ଵଙ୍କ ଖାସ କୁହାଯାଉଥିବା ସୁନନ୍ଦା କିନ୍ତୁ ଦଳ ଛାଡି ଆଜି ବିଜେଡିର ମିଶିବା ପରେ ତାଙ୍କୁ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରାଯାଇଛି । ତେବେ ବିଶ୍ଵଙ୍କ ଘୋର ବିରୋଧୀ କୁହାଯାଉଥିବା ଦେବାଶିଷଙ୍କ ଆଗାମୀ ଭୂମିକା କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/vt.jpg)