Advertisment

ବୀରମିତ୍ରପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ୍‌ ଯୋଶେଫ୍‌ ତିର୍କୀ

ସୁନ୍ଦରଗଡ଼(ପୱନ ତିୱାରୀ):  ଆଗକୁ ନିର୍ବାଚନ। ସୁନ୍ଦରଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ଜନତା। ଏଥିପାଇଁ ପ୍ରାର୍ଥୀ ଚୟନ ସରିଛି। ସୁନ୍ଦରଗଡ଼ ଜିଲାରେ ଏଥର ୩ ନୂଆ ମୁହଁଙ୍କୁ ଭେଟିବେ ଭୋଟର। ଏହି ୩ ଜଣ ହେଉଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ୨ ଝିଅ ସୁନୀତା ଓ ଅମିତା ଏବଂ ଜର୍ଜ ତିର୍କୀଙ୍କ ପୁଅ ରୋହିତ୍‌ ଯୋଶେଫ୍‌ ତିର୍କୀ। ବୀରମିତ୍ରପୁର ଆସନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରୋହିତ୍‌। ନୁଆ ମୁହଁ ହୋଇଥିବାରୁ ଆସନ୍ତୁ […]

ଅଦ୍ୟତନ ହୋଇଛି
ବୀରମିତ୍ରପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ୍‌ ଯୋଶେଫ୍‌ ତିର୍କୀ

bcom

Advertisment

ସୁନ୍ଦରଗଡ଼(ପୱନ ତିୱାରୀ):  ଆଗକୁ ନିର୍ବାଚନ। ସୁନ୍ଦରଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବେ ଜନତା। ଏଥିପାଇଁ ପ୍ରାର୍ଥୀ ଚୟନ ସରିଛି। ସୁନ୍ଦରଗଡ଼ ଜିଲାରେ ଏଥର ୩ ନୂଆ ମୁହଁଙ୍କୁ ଭେଟିବେ ଭୋଟର। ଏହି ୩ ଜଣ ହେଉଛନ୍ତି ହେମାନନ୍ଦ ବିଶ୍ୱାଳଙ୍କ ୨ ଝିଅ ସୁନୀତା ଓ ଅମିତା ଏବଂ ଜର୍ଜ ତିର୍କୀଙ୍କ ପୁଅ ରୋହିତ୍‌ ଯୋଶେଫ୍‌ ତିର୍କୀ।

Advertisment

ବୀରମିତ୍ରପୁର ଆସନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରୋହିତ୍‌। ନୁଆ ମୁହଁ ହୋଇଥିବାରୁ ଆସନ୍ତୁ ଜାଣିବା ରୋହିତ୍‌ଙ୍କ ସମ୍ପର୍କରେ କିଛି କଥା।

ମାତ୍ର ୨୯ ବର୍ଷ ବୟସର ଯୁବ ନେତା ହେଉଛନ୍ତି ରୋହିତ୍‌। ସେ ଏବେ ଭୁବନେଶ୍ୱରର ବିଜେବି କଲେଜରେ ପାଠ ପଢ଼ୁଛନ୍ତି। ଚଳିତ ଶିକ୍ଷା ବର୍ଷରେ ସେ ବି.କମ୍ ଫାଇନାଲ ଇୟର ଛାତ୍ର। ବାପା ଜର୍ଜ ତିର୍କୀ ହେଉଛନ୍ତି ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା। ରୋହିତ ହେଉଛନ୍ତି ପରିବାରରେ ସାନପୁଅ। ପାଠ ପଢ଼ି ଜଣେ ସରକାରୀ ଅଫିସର ହେବା ପାଇଁ ରୋହିତଙ୍କ ଇଚ୍ଛା ଥିଲେ ମଧ୍ୟ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ରାଜନୀତିରେ ପାଦ ଥାପିଛନ୍ତି ରୋହିତ।

Advertisment

ରାଜ୍ୟ ରାଜନୀତିରେ ପାଠ ପଢୁଥିବା ସମୟରେ ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ହୁଏତ ଏହା ପ୍ରଥମ ଘଟଣା। ଛାତ୍ର ଜୀବନରୁ ହଠାତ୍ ବିଧାୟକ ପ୍ରାର୍ଥୀ ହୋଇଥିବା ରୋହିତ କୁହନ୍ତି, ଛୋଟ ବେଳୁ ବାପାଙ୍କୁ ରାଜନୀତିରେ ସେ ଦେଖିଛନ୍ତି। ଏଣୁ ସେ ହିଁ ତାଙ୍କର ରାଜନୈତିକ ଗୁରୁ।

ଜଣେ ଭଲ ନେତା ଭାବରେ ରୋହିତ ବାପାଙ୍କ ପରି ବୀରମିତ୍ରପୁରବାସୀଙ୍କ ସେବା କରିବେ ବୋଲି କୁହନ୍ତି। ଏଠାକାର ଲୋକେ ମଧ୍ୟ ତାଙ୍କୁ ଏଥିପାଇଁ ସମର୍ଥନ କରିବେ ବୋଲି ସେ ଆଶା ରଖିଛନ୍ତି। ବାପା ଜର୍ଜ ତିର୍କୀ ଚାରି ଥର ବିଧାୟକ ହୋଇଛନ୍ତି। ତେଣୁ ରୋହିତଙ୍କ ପାଇଁ ପଥ ପରିସ୍କାର ବୋଲି ଚର୍ଚ୍ଚା ହେଉଛି।  ତେବେ ମଇ ୩୦ ହିଁ କହିବ ଯୋଶେଫ୍‌ଙ୍କ ଏ ପଦକ୍ଷେପ କେତେ ଫଳପ୍ରଦ ହେବ ତାଙ୍କ ପାଇଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe