Advertisment

ବିଷମକଟକ ବିଜେପି ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲାକା

ବିଷମକଟକ(ମନୋଜ ପାତ୍ର):  କୋରାପୁଟ ଜିଲାରେ ବିକାଶର ସୂର୍ଯ୍ୟୋଦୟ ପାଇଁ ବିଜେପି ଏଥର ନୂଆ ମୁହଁ ଦେଇଛି। ପୁରୁଖା କଂଗ୍ରେସ ନେତା ସ୍ୱର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପୁଅ ଶିବ ଶଙ୍କରଙ୍କୁ ବିଜେପି ନିର୍ବାଚନ ରଣାଙ୍ଗନରେ ଉତାରିଛି। ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଯୁବନେତା ଶିବ ଶଙ୍କରଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ କରିଛି। ଶିବ ଶଙ୍କର କେବଳ ଏକ ରାଜନୈତିକ ପରିବାରରୁ ଆସିନାହାନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ। ମେକାନିକାଲ ଇଂଜିନିୟରିଂରେ ଡିପ୍ଲୋମା ହାସଲ କରିଥିବା ଶିବଶଙ୍କର […]

author-image
Premananda Dash
ବିଷମକଟକ ବିଜେପି ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲାକା

sib-ulaka

ବିଷମକଟକ(ମନୋଜ ପାତ୍ର):  କୋରାପୁଟ ଜିଲାରେ ବିକାଶର ସୂର୍ଯ୍ୟୋଦୟ ପାଇଁ ବିଜେପି ଏଥର ନୂଆ ମୁହଁ ଦେଇଛି। ପୁରୁଖା କଂଗ୍ରେସ ନେତା ସ୍ୱର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପୁଅ ଶିବ ଶଙ୍କରଙ୍କୁ ବିଜେପି ନିର୍ବାଚନ ରଣାଙ୍ଗନରେ ଉତାରିଛି। ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଯୁବନେତା ଶିବ ଶଙ୍କରଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ କରିଛି।

Advertisment

ଶିବ ଶଙ୍କର କେବଳ ଏକ ରାଜନୈତିକ ପରିବାରରୁ ଆସିନାହାନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ। ମେକାନିକାଲ ଇଂଜିନିୟରିଂରେ ଡିପ୍ଲୋମା ହାସଲ କରିଥିବା ଶିବଶଙ୍କର ଚାକିରିର ମୋହ ଛାଡି ରାଜନୀତି ମୋହରେ ଫଶିଛନ୍ତି।

୨୦୧୧ରେ ସେ କଂଗ୍ରେସ‍‌ରେ ମିଶିବା ପରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ‍ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାର ପରବର୍ତ୍ତୀ ସମୟରେ ଶିବଶଙ୍କର ୨୦୧୪ ରେ କଂଗ୍ରେସ‍‌ ଛାଡି ବିଜେପିରେ ଯୋଗ ଦେଲେ। ଗତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ସେ ଲଢି ପରାସ୍ତ ହୋଇଥିଲେ।  ଶିବଶଙ୍କରଙ୍କ କାର୍ଯ୍ୟ ଓ ସାଂଗଠନିକ ଦକ୍ଷତା ଯୋଗୁଁ ୨୦୧୬ ମସିହାରେ ବିଜେପି ଦଳ ତାଙ୍କୁ ରାୟଗଡା ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି।

Advertisment

ଜଣେ ଭଲ ସଂଗଠକ ହିସାବରେ ଶିବଶଙ୍କରଙ୍କ ବେଶ୍‌ ନାଁ ରହିଛି। ବିଷମକଟକ ନିର୍ବାଚନ ମଣ୍ଡଳୀରେ ବିଜେପି ଟିକଟରେ ଲଢିବା ପାଇଁ ଶିବଶଙ୍କର ଗତ ଏକ ବର୍ଷ ହେଲାଣି ପ୍ରୟାସ ଆରମ୍ଭ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ସେ ଗାଁ ଗାଁ ବୁଲି ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର କଥା କହି ଭୋଟ ଭିକ୍ଷା କରୁଛନ୍ତି। ଚଳିତ ନିର୍ବାଚନରେ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ବିଜୟକୁ ନେଇ ବେଶ‍‌ ଆଶାବାଦୀ ଅଛନ୍ତି ଶିବଶଙ୍କର।