Raghuram
ବିଜେଡି ବିଧାୟକଙ୍କୁ ସୋଶାଲ୍ ମିଡିଆରେ ଦିଆଯାଇଛି ହତ୍ୟା ଧମକ। ଆଉ କୁହାଯାଇଛି, ବେଶୀ ହେଲେ ସୁଟ୍ କରିଦେବି। ଏନେଇ ଅଭିଯୋଗ ପରେ କୋରାପୁଟ୍ ସଦର ଥାନା ପୁଲିସ୍ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି।
କୋରାପୁଟ ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଉଛନ୍ତି ରଘୁରାମ ପଡାଲ। ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଫେସ୍ବୁକ୍ରେ ‘ଜୟ ହୋ’ ନାମକ ଗ୍ରୁପରେ ଖବରକାଗଜର ଏକ ନ୍ୟୁଜ୍ କଟିଂକୁ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବକ କମେଣ୍ଟ ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି,... ଆଉ ବେଶୀ ହେଲେ, ସୁଟ୍ କରିଦେବି ତାକୁ।
ଯୁବକଙ୍କ ଏପରି କମେଣ୍ଟ ପରେ ବିଧାୟକ ଶ୍ରୀ ପଡାଲ ବ୍ୟସ୍ତ ହୋଇପଡ଼ିଛନ୍ତି। ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ପଡାଲ୍ ଏଫ୍ଆଇଆର୍ରେ ଦର୍ଶାଇଛନ୍ତି, ମୁଁ ସବୁବେଳେ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରୁଛି। ଆଗାମୀ ସମୟରେ କିଛି ଅସୁବିଧା ହେଲେ ସେ(ସୋଶାଲ୍ ମିଡ଼ିଆ ପୋଷ୍ଟରେ କମେଣ୍ଟ ଦେଇଥିବା ଯୁବକ) ଦାୟୀ ରହିବେ ଶ୍ରୀ ପଡ଼ାଲ୍ ଲେଖିଛନ୍ତି।
ବିଧାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇଛି ପୁଲିସ୍। ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।
ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Raghuram_1694689568.jpg)