Advertisment

ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Krushna Chandra Patra

Krushna Chandra Patra

Advertisment

ରାସ୍ତା ମରାମତି କାମକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଜାତୀୟ ରାଜପଥର ଉଚ୍ଚପଦସ୍ଥ ଅଧିକାରୀ ଓ PDଙ୍କ ଉପରେ ବିଷୋଦଗାର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ମନ୍ତ୍ରୀ। ଦୀର୍ଘ ବର୍ଷ ହେଲାଣି ବାଙ୍ଗିରିପୋଷି ଘାଟି ରାସ୍ତାରେ ଯିବା ଆସିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଘାଟି ରାସ୍ତାକୁ ନେଇ ରାଜନୀତି ମଧ୍ୟ ଉଷ୍ମ ହେବାକୁ ଲାଗିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ କାର୍ଯ୍ୟର ଅଗ୍ରଗତି ହେଉନାହିଁ। ଆଜି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ବାଙ୍ଗିରିପୋଷି ଘାଟି ପହଞ୍ଚିଥିଲେ ରାସ୍ତା କାର୍ଯ୍ୟର ତଦାରଖ ପାଇଁ। ମନ୍ତ୍ରୀଙ୍କ ଗସ୍ତ ନେଇ ସେଠାରେ ଜିଲ୍ଲାପାଳ, ଏସପି, ବାଙ୍ଗିରିପୋଷି ବିଧାୟିକାଙ୍କ ସହ ଅନେକ ସରକାରୀ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ହେଲେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀମାନେ କିନ୍ତୁ ଆସି ନଥିଲେ। କାମର ଶିଥିଳତା ସହ ସେଠାରେ PD ବା ତାଙ୍କର କୌଣସି ଷ୍ଟାଫ ନଥିବାରୁ ଚିହିଁକି ଉଠିଥିଲେ ମନ୍ତ୍ରୀ।

ମନ୍ତ୍ରୀ ଏନଏଚ୍ ଅଧିକାରୀଙ୍କୁ ଫୋନ କରି ପିଡିଙ୍କୁ ନିଲମ୍ବନ ଓ ଗିରଫ କରିବାକୁ ଚେତାବନୀ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆଜି ପିଡିଙ୍କୁ ଗିରଫ କରିବୁ, ତାଙ୍କୁ ସସପେଣ୍ଡ କରିବୁ। ସେ ପିଡି ହେବାକୁ ଯୋଗ୍ୟ ନୁହନ୍ତି। ଏମିତି କାମ ପାଇଁ ସରକାର ବାରମ୍ବାର ବଦନାମ ହେଉଛି। ତାଙ୍କୁ ପଠାଅ, ତାଙ୍କୁ ଗିରଫ କରି ଜେଲ ପଠାଇବୁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, ବାଙ୍ଗିରିପୋଷି ବିଧାୟିକା ଓ ଜନସାଧାରଣଙ୍କ ଉପସ୍ଥିତିରେ କହିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଏନେଇ PDଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Bangriposi Krushna Chandra Mohapatra NH 49 Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe