Advertisment

ନବୀନଙ୍କୁ ଜବାବ ଦେଲେ କୃଷ୍ଣ ପାତ୍ର; କହିଲେ- କି ତପସ୍ୟା କରୁଥିଲେ

ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ।

author-image
Jitendra Garnayak

ନବୀନଙ୍କୁ ଜବାବ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଟିଭିରେ ଦେଖୁଥିଲି ଲେଖା ହେଇଥିବା କାଗଜକୁ ପଢୁଥିଲେ ନବୀନ ପଟ୍ଟନାୟକ। ବୋଧେ ସେଟା ଓଡ଼ିଆରେ ଲେଖା ହେଇଥିଲା।ଇଂରାଜୀରେ ନୁହେଁ, ସେଥିପାଇଁ ଠିକ ସେ ପଢିଲେନି। ନବ ଦାସ ମୃତ୍ୟୁ, କୁନ୍ଦୁଲି, ବେବିନା, ପରି... ଏଗୁଡ଼ା କ’ଣ ତପସ୍ୟା। ତାଙ୍କ ଅମଳରେ ଆମ୍ବ ଟାକୁଆ ମୃତ୍ୟୁ ହୋଇଥିଲା। ସେତବେଳେ କି ତପସ୍ୟା କରୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

Advertisment

ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ। ଆମ ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା।ଏବେ ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଛନ୍ତି।
ସେମାନେ ଆମ୍ବ ଟାକୁଆ ଖାଉଛନ୍ତି। ଏହା ବହୁତ ଦୁଃଖର କଥା।

Naveen Patnaik Krushna Patra Bjp BjD