Advertisment

ପ୍ରଚାର ବେଳେ ଗାଡିରୁ ଖସି ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

ମିିନି ବସ୍‌ର ଉପରେ ତିଆରି ହୋଇଥିବା ଏକ ରୁଫଟପ୍‌ ବାଲକୋନୀରେ ଠିଆ ହୋଇ ପ୍ରଚାର କରୁଥିଲେ ନେତା ଓ ମନ୍ତ୍ରୀ।

author-image
Madhupriya Mistry
KTR fall from campaign vehicle

KTR fall from campaign vehicle

କ୍ୟାମ୍ପେନ ବେଳେ ମିନି ବସ୍‌ରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ସହ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି। ନିଜାମାବାଦର ଆର୍ମୁରରେ ଘଟିଛି ଏହି ଘଟଣା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତେଲେଙ୍ଗାନା ମନ୍ତ୍ରୀ କେଟିଆର୍‌। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

Advertisment

ଆଗକୁ ତେଲେଙ୍ଗାନ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ନିଜାମାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ପୁଅ କେଟିଆର୍‌ ବିଆର୍‌ଏସ୍‌ ପ୍ରଚାର ମିିନି ବସ୍‌ର ଉପରେ ତିଆରି ହୋଇଥିବା ଏକ ରୁଫଟପ୍‌ ବାଲକୋନୀରେ ଠିଆ ହୋଇ ପ୍ରଚାର କରୁଥିଲେ। ତାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ।

କେଟିଆର୍‌ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ। ଠିକ୍‌ ଏହି ସମୟରେ ଭାଙ୍ଗି ଯାଇଥିଲା ବସ୍‌ ରୁଫଟପ୍‌ ବାଲକୋନୀରେ ତିଆରି ହୋଇଥିବା ରେଲିଂ। ଏହାପରେ ବସ୍‌ରୁ ନେତାମାନେ ତଳକୁ ଖସି ପଡ଼ିଥିଲେ। ତେବେ ସୌଭାଗ୍ୟ ବଶତଃ ସମସ୍ତ ନେତା ଓ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡ୍ରାଇଭର ହଠତ୍‌ ବ୍ରେକ୍‌ ଦେବା ପରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ତଥାପି କିଛି ନେତା ତଳେ ପଡି ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗାଡି ଉପରେ ଆବଶ୍ୟକତା ଠାରୁ ଅଧିକ ଲୋକ ଠିଆ ହୋଇଥିଲେ। ପାଖାପାଖ ୧୦ ଜଣ ଲୋକ ଗାଡି ଉପରେ ଠିଆ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିବ। ମୋଟ ୧୧୯ଟି ଆସନରେ ହେବ ମତଦାନ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ। ବିଆର୍‌ଏସ୍‌ ପ୍ରମୁଖ ତଥା କେ ଚନ୍ଦ୍ରଶେଖର ରାଓ ଏଥର ମଧ୍ୟ ତୃତୀୟ ଥର ଲାଗି ତେଲେଙ୍ଗାନାର ଗେଜବେଲ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବରୁ କେସିଆର୍‌ ୨୦୧୪ ଓ ୨୦୧୮ରେ ଏହି ଆସନରୁ ନିର୍ବାଚନ ଲଢ଼ି ଜିତି ସାରିଛନ୍ତି। ସେପଟେ କାମାରେଡ୍ଡୀ ଆସନରୁ ସେ ପ୍ରଥମ ଥର ପାଇଁ ଏଥର ନିର୍ବାଚନ ଲଢ଼ୁଛନ୍ତି।

Campaign Telengana Assembly Election KTR