Advertisment

ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଟିଏମସି ସାମିଲ ଥିଲା ବୋଲି ଅଭିଯୋଗ କଲେ ଦଳୀୟ ନେତା

୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମ୍ପର୍କରେ ଜାଣିଥିଲା ବୋଲି ସେ କହିଛନ୍ତି।

Kunal Ghosh

Kunal Ghosh

Advertisment

ଟିଏମସିରେ ଥାଇ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା କୁନାଲ ଘୋଷ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମ୍ପର୍କରେ ଜାଣିଥିଲା ବୋଲି ସେ କହିଛନ୍ତି।

Advertisment

ଟିଏମସିର ପଶ୍ଚିମବଙ୍ଗ ସାଧାରଣ ସମ୍ପାଦକ ପଦରୁ କୁନାଲ ଘୋଷଙ୍କୁ ଦଳ ହଟାଇ ଦେଇଥିଲା। ସେ ଦଳ ବିରୋଧରେ ଯାଇ ନିଜର ମତ ରଖୁଥିବାରୁ ତାଙ୍କ ବିରୋଧରେ ଟିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତାଙ୍କ ପଦ ଯାଇଥିଲେ ହେଁ ସେ ଟିଏମସିରୁ ବିଦା ହୋଇ ନଥିଲେ। କିନ୍ତୁ ଆଜି ଶ୍ରୀ ଘୋଷ ଟିଏମସିରେ ଥାଇ ଠିକ ନିର୍ବାଚନ ପୂର୍ବରୁ ସାଂଘାତିକ କଥା କହିଛନ୍ତି।

ସେ କହିଛନ୍ତି, “ସ୍କୁଲ ଶିକ୍ଷା ବିଭାଗରେ ହୋଇଥିବା ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର ସମ୍ପର୍କରେ ଟିଏମସି ଭଲ ଭାବେ ଅବଗତ ଥିଲା। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ପୂରା ଖବର ଦଳ ପାଖରେ ପହଞ୍ଚିଥିଲା।

Advertisment

ବ୍ୟାପକ ଦୁର୍ନୀତି ଯୋଗୁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ୨୦୨୧ ବିଧାନସଭା ନିର୍ବାଚନ ପରେ ଶିଳ୍ପ ବିଭାଗକୁ ବଦଳି କରାଯାଇଥିଲା। ସବୁ କିଛି ଟିଏମସି ଜାଣତରେ ହୋଇଥିଲା।”

ଏସ୍‌ଏସ୍‌ସି ସ୍କାମ ଦୁର୍ନୀତିରେ ପାର୍ଥ ସାମିଲ ଥିବା ଅଭିଯୋଗରେ ଇଡି ୨୦୨୨ ଜୁଲାଇ ମାସରେ ତାଙ୍କୁ ଗିରଫ କରିଥିଲା। ଗିରଫଦାରୀ ପରେ ପାର୍ଥଙ୍କୁ ରାଜ୍ୟ କ୍ୟାବିନେଟ ଓ ଟିଏମସିରୁ ବିଦା କରାଯାଇଥିଲା।

ଏହାପରେ ସିବିଆଇ ଏହି ଦୁର୍ନୀତି ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଓ ଜୀବନ କୃଷ୍ଣ ସାହାଙ୍କ ସମେତ ଆଉ କିଛି ନେତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା।

ଏବେ କିନ୍ତୁ ଠିକ ନିର୍ବାଚନ ପୂର୍ବରୁ ଘୋଷ ଟିଏମସି ବିରୋଧରେ ଏପରି ମତ ରଖିଛନ୍ତି। ଗୋଟିଏ ସପ୍ତାହ ତଳେ କଲିକତା ହାଇକୋର୍ଟ ୨୦୧୬ରେ ଟିଏମସି ସରକାର କରିଥିବା ଶିକ୍ଷକ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲା। ଏଥିସହ ପ୍ରାୟ ୨୬ ହଜାର ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିଥିଲେ।

ତେବେ ଟିଏମସି ସଫେଇ ଦେଇ କହିଥିଲା ଯେ ୨୦୨୨ ଜୁଲାଇ ମାସରେ ପାର୍ଥ ଗିରଫ ହେବା ପରେ ଦଳ ଦୁର୍ନୀତି ସମ୍ପର୍କରେ ଜାଣିବାକୁ ପାଇଥିଲା।

TMC Kunal Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe