ଏବେ ମିଳିଲେ ଡିଏସ କୁଟ୍ଟେ: ନିଲମ୍ବନ ହଟିଲା, ଜାରି ରହିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଗୃହ ବିଭାଗର ଓଏସଡି ନିଯୁକ୍ତ

ମାତ୍ର ଦୁଇମାସ ପୂର୍ବରୁ ଗୃହ ବିଭାଗ ଓ ରାଜ୍ୟ ପୁଲିସକୁ ନିଜ ଇସାରାରେ ଚଳାଉଥିବା ପାୱାରଫୁଲ ଡିଏସ୍ କୁଟ୍ଟେ ଏବେ ଓଏସଡି ଭାବେ ଅବସ୍ଥାପିତ ହେବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

DS Kuttey

ଡିଏସ୍ କୁଟ୍ଟେ

Ordigital Desk
  • Published: Monday, 15 July 2024
  • Updated: 15 July 2024, 08:18 PM IST

Sports

Latest News

ବିଜେଡିର ପାୱାରଫୁଲ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ଏହାସହିତ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି । ସାଧାରଣ ନିର୍ବାଚନବେଳେ ବିଜେଡି ପାଇଁ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ କୁଟ୍ଟେଙ୍କୁ ସରକାରୀ କାର୍ଯ୍ୟରୁ ନିର୍ବାଚନ କମିଶନ  ନିଲମ୍ବିତ କରିବା ସହ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠୁ କୁଟ୍ଟେଙ୍କୁ କେଉଁଠି ବୋଲି ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ରାଜ୍ୟ ସରକାର ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ଓ  ମାତ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ।

ଗୃହ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ଉପରୁ ନିଲମ୍ବନକୁ ସର୍ତ୍ତମୂଳକ ଭାବେ ହଟାଇବା ପାଇ ନିର୍ବାଚନ କମିଶନ ଗତ ଜୁନ୍ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମେ’ ୨୮ତାରିଖ ନିର୍ଦ୍ଦେଶରେ ତାଙ୍କ ବିରୁଦ୍ଧରେ ଆଇନତଃ ଆବଶ୍ୟକତା ଅନୁସାରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ନିର୍ବାଚନ କମିଶନଙ୍କ ମେ’ ୨୮ତାରିଖର ନିର୍ଦ୍ଦେଶ ଓ ଜୁନ୍ ୬ତାରିଖର ସୁପାରିଶକୁ ଆଧାର କରି ଆଜି ତତ୍କାଳ ପ୍ରଭାବରୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ତେବେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି । ଶ୍ରୀ କୁଟ୍ଟେ କେଉଁଠି ଅଛନ୍ତି ସେନେଇ ରାଜ୍ୟ ସରକାରଙ୍କ ପାଖରେ କିଛି ଖବର ନଥିବାରୁ ତାଙ୍କୁ ଏହି ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରିବା ପାଇଁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟକୁ ତାଗିଦ୍ କରାଯାଇଛି । ଗୃହ ବିଭାଗ ଆଜି ଡିଏସ କୁଟ୍ଟେଙ୍କ ସଂକ୍ରାନ୍ତୀୟ ଏହି ନିର୍ଦ୍ଦେଶନାମାର ୩ଟି କପି ଆବାସିକ କମିଶନରଙ୍କ ନିକଟକୁ ପଠାଇଛି । ସେଥିରୁ ଗୋଟିଏ କପି ଶ୍ରୀ କୁଟ୍ଟେଙ୍କୁ ପ୍ରଦାନ କରିବେ, ଅନ୍ୟ ଗୋଟିଏ କପିରେ ଡିଏସ କୁଟ୍ଟେଙ୍କ ପ୍ରାପ୍ତିସ୍ୱୀକାର ଥାଇ ଗୃହ ବିଭାଗକୁ ରେକର୍ଡ ନିମନ୍ତେ ଫେରସ୍ତ କରାଇବେ ଓ ଅନ୍ୟ କପିକୁ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀ କୁଟ୍ଟେଙ୍କୁ ମେ’ ୨୮ତାରିଖରେ ନିର୍ବାଚନ କମିଶନ ନିଲମ୍ବନ କରିବା ସହ ତାଙ୍କୁ ତୁରନ୍ତ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ କୁଟ୍ଟେ ମେ’ ୨୯ତାରିଖରେ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ମଧ୍ୟ ନିଜର ଖାସ୍ ଅନୁଗତ ଆବାସିକ କମିଶନର ରବିକାନ୍ତଙ୍କୁ ପ୍ରଭାବିତ କରି ସ୍ୱାସ୍ଥ୍ୟଗତ ବାହାନା ଦେଖାଇ ୧୦ଦିନ ଛୁଟିରେ ପଳାଇଥିଲେ । ଆଉ ପରବର୍ତ୍ତୀ ସମୟରେ ନିଜର ଛୁଟି ବଢ଼ାଇ ଚାଲିଥିଲେ । ଏପରିକି ଜୁନ୍ ୬ତାରିଖରେ ନିର୍ବାଚନ କମିଶନ ତାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବା ସହ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ ତାଙ୍କୁ କହିଥିଲେ । ମାତ୍ର ଶ୍ରୀ କୁଟ୍ଟେ ନିଜର ଛୁଟି ବଢ଼ାଇ ଚାଲିଥିବା ଓ କାର୍ଯ୍ୟରେ ଯୋଗ ଦେଉନଥିବାରୁ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇପାରିନଥିଲା । ଏ ସଂକ୍ରାନ୍ତରେ ‘ଓଡ଼ିଶା ରିପୋର୍ଟର’ରେ ଗତ ୧୨ତାରିଖରେ ‘ଡିଏସ୍ କୁଟ୍ଟେ କେଉଁଠି’ ବୋଲି ଖବର ପ୍ରକାଶିତ କରିବା ପରେ ସରକାର ତତ୍ପରତା ଦେଖାଇଥିଲେ । ଆଉ କୁଟ୍ଟେଙ୍କ ପ୍ରତି ଅହେତୁକ ଅନୁଗ୍ରହ ଦେଖାଇଥିବା ଯୋଗୁ ଆବାସିକ କମିଶନର ରବିକାନ୍ତଙ୍କୁ ଆଜି ତତ୍କାଳ ପ୍ରଭାବରୁ ହଟାଇ ଦେବା ସହ ତାଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି ।

Also Read

ସୂଚନାଯୋଗ୍ୟ, ଏବେ ଗୃହ ବିଭାଗରେ ଓଏସଡିଙ୍କ ସଂଖ୍ୟା ବୃଦ୍ଧି ପାଇ ୫ରେ ପହଂଚିଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଖାସ୍ ଭାବେ ପୂର୍ବରୁ ଆଶୀଷ ସିଂ ଓ ଆଜି ରବିକାନ୍ତ ଓ ଡିଏସ୍ କୁଟ୍ଟେଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ବିଜେଡି ସରକାର ସମୟରେ ବରିଷ୍ଠ ଆଇପିଏସ୍ ଏସଏମ ନରୱଣେ ଓ ରୀତୁ ୍ରଅରୋରା ଗୃହ ବିଭାଗର ଓଏସଡି ଭାବେ ଘରେ ବସି ବିନା କାମରେ ଦରମା ପାଉଛନ୍ତି । ମାତ୍ର ଦୁଇମାସ ପୂର୍ବରୁ ଗୃହ ବିଭାଗ ଓ ରାଜ୍ୟ ପୁଲିସକୁ ନିଜ ଇସାରାରେ ଚଳାଉଥିବା ପାୱାରଫୁଲ ଡିଏସ୍ କୁଟ୍ଟେ ଏବେ ଓଏସଡି ଭାବେ ଅବସ୍ଥାପିତ ହେବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story