Advertisment

କନକ ବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ

ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

Odisha

Odisha

Advertisment

ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ଡେପୁଟି ଭାବେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା କାର୍ଯ୍ୟ କରିବେ।

Advertisment

ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ବୈଠକରେ ମୋହନ ମାଝୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ମୋହନ ମାଝୀ ବିଜେପି ପକ୍ଷରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ତେବେ ଓଡ଼ିଶାରେ ପ୍ରଥମଥର ପାଇଁ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ପାଟଣାଗଡ଼ର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ।

Advertisment

କନକ ବର୍ଦ୍ଧନ ପାଟଣାଗଡ଼ରୁ ୬ଷ୍ଠ ଥର ପାଇଁ ବିଧାୟକ ହୋଇଛନ୍ତି। ସେହିପରି ପ୍ରଭାତୀ ଚଳିତ ବର୍ଷ ପ୍ରଥମଥର ପାଇଁ ନିମାପଡ଼ା ଆସନରୁ ବିଜୟୀ ହୋଇଛନ୍ତି। ପ୍ରଥମଥର ପାଇଁ ସେ ନିର୍ବାଚନ ଜିତିଥିଲେ ହେଁ ତାଙ୍କୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କରାଯାଇଛି।

Mohan Majhi Bjp Kankavardhan Singhdeo Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe