Advertisment

ଦୁଷ୍କର୍ମ ମାମଲାରେ ନୂଆମୋଡ଼: ପୀଡ଼ିତା ସଂଯୁକ୍ତା ମହଲଙ୍କୁ ନିଜ ବିଭାଗରେ ଥଇଥାନ କଲେ ଶ୍ରମମନ୍ତ୍ରୀ

ଗତ ଏପ୍ରିଲ ୧୩ତାରିଖରେ ସଂଯୁକ୍ତା ମହଲ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମନ୍ତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିବା ପରେ ପୁଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା ।

ଅଦ୍ୟତନ ହୋଇଛି
BJD

Srikanta Sahu

Advertisment

ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କୁ ରାଜ୍ୟ ସରକାର ଆଜି ଶ୍ରମ ବିଭାଗରେ ଥଇଥାନ କରିଛନ୍ତି । ଶ୍ରମ ବିଭାଗରେ ଶ୍ରୀମତୀ ମହଲଙ୍କୁ ଥଇଥାନ ପରେ ସେ ଶ୍ରମମନ୍ତ୍ରୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ମାମଲା ନୂଆମୋଡ ନେଇଥିବା ଚର୍ଚ୍ଚା ।

Advertisment

ମିଳିଥିବା ସୂଚନା ଅନୁସାରେ, ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିଭାଗ ଅଧୀନରେ ଥିବା ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ସଦସ୍ୟ ଭାବେ ସଂଯୁକ୍ତା ମହଲଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ହିନ୍ଦ ମଜୁଦର ସଭାର ସଦସ୍ୟ ଭାବେ ଶ୍ରୀମତୀ ମହଲ ଏହି ବୋର୍ଡରେ ସ୍ଥାନ ପାଇଛନ୍ତି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିବା ପରେ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଶ୍ରୀମତୀ ମହଲ ଆଣିଥିବା ଦୁଷ୍କର୍ମ ଅଭିଯୋଗରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜଣାପଡ଼ିଛି ।

ଗତ ଏପ୍ରିଲ ୧୩ତାରିଖରେ ସଂଯୁକ୍ତା ମହଲ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମନ୍ତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିବା ପରେ ପୁଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସରକାରଙ୍କ ଚାପ ଅବା ଅନ୍ୟ କିଛି କାରଣରୁ ସଂଯୁକ୍ତାଙ୍କ ଏଫଆଇଆର ରୁଜୁ ହୋଇପାରିନଥିବା ଜଣାପଡ଼ିଥିଲା । ସଂଯୁକ୍ତା ଖୋଲାଖୋଲି ଭାବେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ନାଁ ଉଲ୍ଲେଖ କରିଥିଲେ । ଏହାର ପ୍ରାୟ ୧୦ଦିନ ପରେ ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ ଅବସରରେ ସଂଯୁକ୍ତାଙ୍କୁ କାନ୍ଦି କାନ୍ଦି ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ସେ ନ୍ୟାୟ ଅପେକ୍ଷାରେ ଥିବା ନେଇ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ମାତ୍ର ଶ୍ରୀକାନ୍ତ ସାହୁ ଏହି ଅଭିଯୋଗ ଘଟଣାରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ନଦେଇ ପଳାଇଥିଲେ ।

Advertisment

ତେବେ ଆଜି ଶ୍ରମ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରମମନ୍ତ୍ରୀ ଓ ସଂଯୁକ୍ତାଙ୍କ ମଧ୍ୟରେ ‘ଡିଲ୍‌’ ହୋଇଥିବା ଚର୍ଚ୍ଚା ହେଉଛି । ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ବିଭାଗ ଅଧୀନରେ ଥିବା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡରେ ସଂଯୁକ୍ତାଙ୍କୁ ସଦସ୍ୟ ଭାବେ ନିଆଯାଇଛି । ମନ୍ତ୍ରୀ ଶ୍ରୀ ସାହୁ ନିଜେ ଏହି ଫାଇଲକୁ ମଞ୍ଜୁରୀ ଦେବା ପରେ ହିଁ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସଂଯୁକ୍ତ ମହଲା କ’ଣ ନିଜ ଅଭିଯୋଗକୁ ପ୍ରତ୍ୟାହାର କରିନେଲେ କି? ଉଭୟ ଶ୍ରମ ମନ୍ତ୍ରୀ ଓ ସଂଯୁକ୍ତା ମହଲଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଗଲା କି? ନା ସଂଯୁକ୍ତା ମହଲଙ୍କ ସନ୍ତୁଷ୍ଟ କରିବା ପାଇଁ ଶ୍ରମମନ୍ତ୍ରୀ ନିଜ ଆଡ଼ୁ ଏଭଳି ପ୍ରୟାସ କରିଛନ୍ତି?   ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସ ଡାକ୍ତରୀ ମାଇନାର ସମ୍ମୁଖୀନ ହୋଇଥିବା ସଂଯୁକ୍ତା କ’ଣ ଶ୍ରମ ମନ୍ତ୍ରୀଙ୍କ ସହ ସାଲିସ୍ କରି ନିଜେ ନିଜର ଅଭିଯୋଗକୁ ଭୁଲ୍ ପ୍ରମାଣିତ କଲେ କି? ନା’ ସଂଯୁକ୍ତାଙ୍କୁ ଶ୍ରମ ମନ୍ତ୍ରୀଙ୍କ ବିଭାଗରେ ଥଇଥାନ କରାଯିବା ପଛରେ ଆଉ କାହାର ହାତ ଅଛି? ସରକାରୀ ପଦବୀ ପାଇବା ପାଇଁ ଏଭଳି ଅଭିଯୋଗ ସଂଯୁକ୍ତା ଆଣିଥିଲେ କି? ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ଶ୍ରମମନ୍ତ୍ରୀଙ୍କ ବିରୁଦ୍ଧରେ ସଂଯୁକ୍ତା ମହଲ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା ସହ ଶ୍ରମମନ୍ତ୍ରୀଙ୍କ ବରଖାସ୍ତ ଦାବି କରିଥିଲେ ।

BjD Ganjam Bjd Leader Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe