ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ମଇଦାନରେ ନାରୀଶକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରି ଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୧୮ ତାରିଖ ହେବ ୨ୟ ପର୍ଯ୍ୟାୟ ମତଦାନ। ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଆସନ ଅଧୀନରେ ଥିବା ୩୫ ବିଧାନସଭା କ୍ଷେତ୍ରରେ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ବିଷୟରେ କିଛି। ଏସବୁ ଆସନରେ ସବୁ ଦଳ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛନ୍ତି। ସେଥିରେ କିଛି ନୂଆ ମୁହଁ ଥିବା ବେଳେ କିଛି […]

Ladies

Ladies

Minati Mishra
  • Published: Saturday, 13 April 2019
  • Updated: 13 April 2019, 05:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରି ଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୧୮ ତାରିଖ ହେବ ୨ୟ ପର୍ଯ୍ୟାୟ ମତଦାନ। ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଆସନ ଅଧୀନରେ ଥିବା ୩୫ ବିଧାନସଭା କ୍ଷେତ୍ରରେ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ବିଷୟରେ କିଛି।

ଏସବୁ ଆସନରେ ସବୁ ଦଳ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଛନ୍ତି। ସେଥିରେ କିଛି ନୂଆ ମୁହଁ ଥିବା ବେଳେ କିଛି ପୁରୁଣା ରହିଛନ୍ତି। ସମସ୍ତେ ନିଜ ନିଜ ଅନଭୂତି, ଅଭିଜ୍ଞତାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଟାଣୁଛନ୍ତି। ତେବେ ଭୋଟର ଏମାନଙ୍କୁ କେତେ ଭରସା କରିବେ  ତାହା ସମୟ କହିବ। ଏହା ପୂର୍ବରୁ ଆସନ୍ତୁ ଜାଣିବା ଏହି ମହିଳା ପ୍ରାର୍ଥୀଙ୍କ ବିଷୟରେ କିଛି।

କବିସୂର୍ଯ୍ୟନଗରର ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନ।  ବିଜେଡି ଟିକଟରେ ଲଢୁଛନ୍ତି। ରାଜନୀତିରେ ଲତିକା ନୂଆ ନୁହଁନ୍ତି। ୨୦୧୪ରେ ପ୍ରଥମେ ବିଜେଡିରୁ ଟିକେଟ ପାଇଥିଲେ। କିନ୍ତୁ ନାମାଙ୍କନ ପତ୍ର ଦାଖଲର କିଛି ଦିନ ପୂର୍ବରୁ ସେଠାରେ ଟିକେଟ ବଦଳାଇ ୨୦୦୯ର ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଟିକେଟ ଦିଆଯାଇଥିଲା। ଲତିକା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଟିକଟ ପାଇଁ ଆଶାୟୀ ଥିଲେ। ସେଠାରେ ଶକ୍ତି ପ୍ରଦର୍ଶନ ସହ ସଂଗଠନ ମଧ୍ୟ କରିଥିଲେ। କିନ୍ତୁ ବିଜେଡି ହାଇକମାଣ୍ଡ ଟିକେଟ ଦେବା ପରେ ସେ କବିସୂର୍ଯ୍ୟନଗରରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରେ ଅନ୍ୟ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପୁରୁଷ ପ୍ରାର୍ଥୀ ଦେଇଥିବାବେଳେ  ଲତିକା ସେମାନଙ୍କୁ ଟକ୍କର ଦେବାକୁ ଯାଉଛନ୍ତି।

ଆସକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ  ମଞ୍ଜୁଳା ସ୍ୱାଇଁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଚୟନ କରିଛି। ମଞ୍ଜୁଳାଙ୍କ ପାଇଁ ରାଜନୀତି କିଛି ନୂଆ ନୁହେଁ। ଲତିକାଙ୍କ ସ୍ୱାମୀ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଥିଲେ ଆସିକାର ପୂର୍ବତନ ସାଂସଦ । ଲଡ଼ୁକିଶୋର ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ। ଆସିକାରେ ସେ ଅନେକ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥିପାଇଁ ସ୍ୱାମୀଙ୍କର ଦେହାନ୍ତ ପରେ ମଞ୍ଜୁଳା ରାଜନୀତିରେ ପ୍ରବେଶ କରିଛନ୍ତି। ସ୍ୱାମୀଙ୍କର ନୀତି ଆଦର୍ଶକୁ ନେଇ ମଞ୍ଜୁଳା କିପରି ଲୋକଙ୍କୁ ନିଜ ଆଡ଼କୁ ଟାଣିପାରୁଛନ୍ତି, ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିବ।

'ପ୍ରଜାଙ୍କ ଅନୁରୋଧ କ୍ରମେ' ରାଜନୀତିକୁ ପ୍ରବେଶ କରିଥିବା ଧରାକୋଟର ରାଣୀ ନନ୍ଦିନୀ ଦେବୀଙ୍କୁ ଏଥର ସାନଖେମୁଣ୍ଡିରୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ ମିଳିଛି। ଗତଥର ସେ ସାନଖେମୁଣ୍ଡିରୁ ବିଜୟୀ ହୋଇଥିଲେ। ଏଥର ମଧ୍ୟ  ଦଳ ତାଙ୍କ ଉପରେ ବିଶ୍ୱାସ କରି ପୁଣି ଟିକେଟ ଦେଇଛି।  ସ୍ୱାମୀ ତଥା ଧରାକୋଟ ‘ରାଜା’ କିଶୋର ଚନ୍ଦ୍ର ସିଂହଦେଓଙ୍କ ଆକସ୍ମିକ ବିୟୋଗ ପରେ 'ପ୍ରଜା'ଙ୍କ ଅନୁରୋଧ ଯୋଗୁ ରାଜନୀତିକୁ ଆସି ସକ୍ରିୟ ହୋଇଥିବା ସେ କହିଛନ୍ତି। , “ପ୍ରଜାଙ୍କ ସମ୍ମାନ ରକ୍ଷା କରି ରାଜନୀତିକୁ ଆସିଛି। ବିଧାୟକ ହେବା ପରେ ଅନେକ କାମ କରିଛି। ଆହୁରି ଅନେକ କାମ ବାକି ରହିଛି।”

ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଖଲ୍ଲିକୋଟ ବିଧାନସଭା ଆସନରୁ ଠିଆ ହୋଇଛନ୍ତି ଭାରତୀ ବେହେରା। ଭାରତୀ ରାଜନୀତିରେ  ନୂଆ ମୁହଁ। ଖଲ୍ଲିକୋଟରେ ରହିଥିବା ପାଣି ଓ ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଭାରତୀ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ବିକାଶମୂଳକ ପଦକ୍ଷେପକୁ ଲୋକଙ୍କ ପାଖରେ ପହଞ୍ଚାଇ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଅତାବିରା ବିଧାନସଭା ମଣ୍ଡଳୀର ବିଜେଡି ବିଧାୟକ  ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ଜିତିବା ପରେ ସ୍ନେହାଙ୍ଗିନୀଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସ୍ନେହାଙ୍ଗିନୀଙ୍କ ଜୀବନରେ ଛାତ୍ର ଜୀବନରୁ ରାଜନୀତିର ମୂଳଦୂଆ ପଡ଼ିଥିଲା । ଶିକ୍ଷକତା ଛାଡ଼ି ରାଜନୀତିରେ ଯୋଗ ଦେଇ ଭେଡେନ ବ୍ଲକ ଚେୟାରମ୍ୟାନ ହୋଇଥିଲେ। ତା’ ପରେ ଗ୍ରାମ ପଞ୍ଚାୟତ ଅଫିସର ଭାବେସରକାରୀ ଚାକିରି ପାଇଥିଲେ। ଶେଷରେ ତାକୁ ଛାଡି ୨୦୦୯ରେ ଆସିଲେ ରାଜ୍ୟ ରାଜନୀତିକୁ। ପ୍ରଥମ ଥର ହାରିଥିଲେ ମଧ୍ୟ ୨୦୧୪ରେ ସେହି ଆସନରୁ ଜିତିଥିଲେ। ଏଥର ମଧ୍ୟ ଦଳ ତାଙ୍କ ଉପରେ ଭରସା ରଖିଛି। ନିଜ ଅଞ୍ଚଳରେ ସ୍ନେହାଙ୍ଗିନୀଙ୍କ ସଂଗଠନ ଦୃଢ ରହିଛି। କର୍ମୀ ସଂଗଠିତ ହୋଇ ଅଛନ୍ତି। ତେଣୁ ବିଜୟ ଆଶାରେ ସେ ଅଛନ୍ତି।

ବ୍ରଜରାଜନଗର ବିଧାନସଭା ମଣ୍ଡଳୀରେ ବିଜେପି ବିଧାୟିକା ପ୍ରାର୍ଥୀ ଭାବେ ଚୟନ କରଛି ରାଧାରାଣୀ ପଣ୍ଡାଙ୍କୁ। ରାଜନୀତିରେ ଜଣେ ସେ ପୁରୁଣା ଚେହେରା। ୨୦୧୪ ନିର୍ବାଚନ ଜିତି କବିସୂର୍ଯ୍ୟନଗର ବିଧାୟିକା ହୋଇଥିଲେ। ଏଥର ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଥରେ ଟିକଟ ଦେଇଛି। ରାଧାରାଣୀ ବିଧାୟିକା ହେବା ପରେ ବ୍ରଜରାଜନଗର ପାଇଁ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି। ଏହି ନିର୍ବାଚନରେ ମଧ୍ୟ ଲୋକ ତାଙ୍କ ଉପରେ ବିଶ୍ୱାସ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଟିଟଲାଗଡ଼ର ବିଧାନସଭା ପ୍ରାର୍ଥୀ ଭାବରେ ଟୁକୁନି ସାହୁଙ୍କୁ ବିଜେଡି ଟୟନ କରିଛି। ୨୦୧୪ ନିର୍ବାଚନରେ ଟୁକୁନି ସାହୁ ଏହି ଆସନରୁ ବିଧାୟିକା ଭାବେ ଜିତିଥିଲେ। ଟିଟଲାଗଡ ବିଧାନସଭା ଆସନରେ ଟୁକୁନି ଏକମାତ୍ର ମହିଳା ବିଧାୟିକା। ଗତଥର ଟୁକୁନି ଟିଟଲାଗଡ଼ବାସୀ ପାଇଁ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେହି କାର୍ଯ୍ୟକୁ ଦୃଷ୍ଟିରେ ରଖି ଲୋକମାନେ ତାଙ୍କୁ ପୁଣି ଥରେ ନିର୍ବାଚିତ କରିବେ ବୋଲି ସେ ଆଶା ରଖିଛନ୍ତି।

କନ୍ଧମାଳ ଲୋକସଭା ଅଧିନରେ ଥିବା ଜି.ଉଦୟଗିରି ବିଧାନସଭା ଆସନ ପାଇଁ ଅର୍ଚ୍ଚନା ପ୍ରଧାନଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ରାଜନୀତିରେ ଅର୍ଚ୍ଚନା ଜଣେ ନୂଆ ଚେହେରା। ଅର୍ଚ୍ଚନା ପ୍ରଧାନ ଅଧ୍ୟାପନାରୁ ସିଧାସଳଖ ରାଜନୀତି ମଇଦାନକୁ ଓହ୍ଲାଇ କଂଗ୍ରେସ ଓ ବିଜେଡିକୁ ଟକ୍କର ଦେଉଛନ୍ତି।  ଜି. ଉଦୟଗିରିରୁ ଏକମାତ୍ର ମହିଳା ପ୍ରାର୍ଥୀ ହୋଇଥିବାରୁ ମହିଳା ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ଆଶା ରଖିଛନ୍ତି ଅର୍ଚ୍ଚନା। ମୋଦି ସରକାରଙ୍କ ସଫଳତା ତାଙ୍କୁ ନିବାର୍ଚନ ବୈତରଣୀ ପାରି କରାଇବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ସହ ବିଜେପିର ସବୁ ନେତା ଓ କର୍ମୀ ଏକ ହୋଇ ଅର୍ଚ୍ଚନାଙ୍କୁ ଜିତାଇବା ପାଇଁ ସବୁ ପ୍ରକାର ଶକ୍ତି ଖଟାଇ ପ୍ରଚାର କରୁଛନ୍ତି।

ହେମାନନ୍ଦ ବିଶ୍ୱାଳଙ୍କର ସାନ ଝିଅ ହେଉଛନ୍ତି ଅମିତା ବିଶ୍ୱାଳ। ଅମିତା ଭଉଣୀ ସୁନୀତାଙ୍କ ପରି ରାଜନୀତିରେ ନୂଆ ନୁହଁନ୍ତି। ଗୋଟିଏ ପରିବାରରୁ ଆସିଥିଲେ ମଧ୍ୟ ରାଜନୀତି ମଇଦାନରେ ଦୁହେଁ ପରସ୍ପରର ବିରୋଧୀ ଭାବରେ ଛିଡ଼ା ହୋଇଛନ୍ତି। ଅମିତାଙ୍କୁ କଂଗ୍ରେସ ସୁନ୍ଦରଗଡ଼ ବିଧାୟିକା ପ୍ରାର୍ଥୀ ଭାବରେ ଚୟନ କରିଛି। ବାପାଙ୍କର ଭୋଟ ବ୍ୟାଙ୍କକୁ ନେଇ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଅମିତା ଆଶା ରଖିଛନ୍ତି। କିନ୍ତୁ ଅମିତାଙ୍କୁ ଟିକଟ ମିଳିବା ପରେ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ପରିବାରବାଦକୁ ପ୍ରଶୟ ଦେଉଛି ବୋଲି ପ୍ରାର୍ଥୀ ଅଭିଯୋଗ କରିଛନ୍ତି।

ସୁନ୍ଦରଗଡ଼ ସଦରର ଆଉ ଜଣେ ବିଧାୟିକା ପ୍ରାର୍ଥୀ ହେଉଛନ୍ତି କୁସୁମ ଟେଟେ। ବିଜେପି ତାଙ୍କ ଏହି ଆସନରୁ ପ୍ରାର୍ଥୀ କରିଛି। ୨୦୧୪ ନିର୍ବାଚନରେ କୁସୁମ ବିଜେଡି ଟିକଟରେ ଏହି ଆସନରୁ ଲଢି ହାରିଥିଲେ। ସୁନ୍ଦରଗଡ ଆସନ ୨ ଥର କଂଗ୍ରେସ ହାତକୁ ଯାଇଛି। କଂଗ୍ରେସର ଯୋଗେଶ କୁମାର ସିଂ ଏହି ଆସନରୁ ଲଢି ୨୦୦୯-୧୪ରେ ଜିତିଥିଲେ। ଦ୍ୱିତୀୟ ସ୍ଥାନରେ ଥିଲେ କୁସୁମ। ଏଥର ଯୋଗେଶ ସିଂଙ୍କୁ ବିଜେଡି ନିଜ ପଟକୁ ନେଇ ଟିକଟ ଦେଇଥିବାବେଳେ କୁସୁମ ବିଜେପିକୁ ଯାଇଛନ୍ତି। ଏହି ଆସନରେ ଦୁଇ ପୁରୁଣା ନେତା ପୁଣି ଏଥର ମୁହାଁମୁହିଁ ହେବେ ହେଲେ ଚିହ୍ନ ଖାଲି ହେବ ଅଲଗା। ତା ଛଡା ଏହି ଆସନରେ କଂଗ୍ରେସ ଓ ବିଜେଡି ମହିଳା ପ୍ରାର୍ଥୀ ଦେଇଛନ୍ତି। ଦୁଇ ମହିଳାଙ୍କ ଭିତରୁ ଭୋଟର ଜଣକୁ ବାଛିବେ କିମ୍ବା ବିଜେଡି ପ୍ରାର୍ଥୀଙ୍କୁ ପସନ୍ଦ କରିବେ ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story