Advertisment

‘ଲକ୍ଷ୍ମୀ ବସ୍‌ରେ ଲାଗିନଥିଲା ରଙ୍ଗ, କେବଳ ଷ୍ଟିକର୍ ଲାଗିଥିଲା’

ସେହିଭଳି ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ବସରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ରହିଛି। ଆମେ ଆଲୋଚନା କରୁଛୁ, ସବୁ ବସରେ ସିସିଟିଭି ଲଗାଇବୁ ବୋଲି କହିଛନ୍ତି ମନ୍ତ୍ରୀ।

Bus

Bus

Advertisment

‘ଲକ୍ଷ୍ମୀ’ ବସରେ ଲାଗିନଥିଲା ରଙ୍ଗ। ବରଂ କେବଳ ଷ୍ଟିକର୍ ଲଗାଯାଇଥିଲା। ନିର୍ବାଚନ ପରେ ଷ୍ଟିକର୍ ବାହାରି କରିଦେଇଥାନ୍ତେ। ସେହି ଯୋଜନାକୁ ବନ୍ଦ କରିଦେଇଥାନ୍ତେ। ଯଦି ଲକ୍ଷ୍ମୀ ବସ୍‌ ଚଲାଇଥାଆନ୍ତେ, ତାହା ହେଲେ ରଙ୍ଗ ଲଗାଇ ଥାଆନ୍ତେ। ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।

Advertisment

ସେ କହିଛନ୍ତି, ଲକ୍ଷ୍ମୀ ବସରେ ଗୋଟିଏ ଦଳର ସିମ୍ବଲ ଲାଗିଥିଲା। ଷ୍ଟିକର ବାହାର କଲା ପରେ ବସ୍ ଅସୁନ୍ଦର ଦେଖାଗଲା। ତେଣୁ ପୁରୁଣା ଓଡ଼ିଶା ଷ୍ଟେଟ୍ ଟ୍ରାନ୍ସପୋର୍ଟର ବସ୍ ସେବା ବେଳର ରଙ୍ଗ ଅରେଞ୍ଜ ଲଗାଯାଇଛି। ତାକୁ ଯଦି ବିଜେପି ରଙ୍ଗ କୁହାଯିବ, ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି। ଆମେ କୌଣସି ଦଳୀୟ ଗନ୍ଧ ଆସିଲା ଭଳି ରଙ୍ଗ ଦେଇନାହୁଁ। ଯେହା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିଲା, ସେହି ରଙ୍ଗ ଦେଉଛୁ। ଯେଉଁଠି ଷ୍ଟିକର ଲାଗିଥିଲା, ସେହି ସ୍ଥାନରେ ସେହି ରଙ୍ଗ ମରା ଯାଉଛି ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା।

ସେହିଭଳି ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ବସରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ରହିଛି। ଆମେ ଆଲୋଚନା କରୁଛୁ, ସବୁ ବସରେ ସିସିଟିଭି ଲଗାଇବୁ ବୋଲି କହିଛନ୍ତି ମନ୍ତ୍ରୀ।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe